ଫେବ୍ରୁଆରୀରେ ତ୍ରିପୁରା, ନାଗାଲାଣ୍ଡ,ମେଘାଳୟରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ନିର୍ବାଚନ କମିଶନ ୩ଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତ୍ରିପୁରାରେ ଫେବ୍ରୁଆରୀ ୧୬ରେ ଓ ନାଗାଲାଣ୍ଡ,ମେଘାଳୟରେ ଫେବ୍ରୁଆରୀ ୨୭ରେ ବିଧାନସଭା ନିର୍ବାଚନ ହେବ । ମାର୍ଚ୍ଚ ୨ରେ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ସୂଚନା ଦେଇଛନ୍ତି ।

ସେହିପରି ନାଗାଲାଣ୍ଡ ଓ ମେଘାଳୟ ପାଇଁ ଜାନୁଆରି ୩୧ରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଫେବ୍ରୁଆରୀ ୭ ତାରିଖ ଓ ମନୋନୟନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଫେବ୍ରୁଆରୀ ୧୦ । ଏହି ୩ଟି ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୬୨.୮ ଲକ୍ଷ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୧.୪୭ ଲକ୍ଷ ଭୋଟର ମହିଳା । ଏଥର ୧.୭୬ ଲକ୍ଷ ଭୋଟର ପ୍ରଥମ ଥର ପାଇଁ ନିର୍ବାଚନରେ ସାମିଲ ହେବେ ।

ଏହି ୩ଟି ରାଜ୍ୟରେ ଏବେ ବିଜେପି ସରକାର ଅଛି । ସରକାର ବିରୋଧୀ ହାଓ୍ବାକୁ ଅତିକ୍ରମ କରି ପୁଣି ସରକାର ଗଢିବା ବିଜେପି ପାଇଁ ବେଶ ଆହ୍ବାନମୂଳକ ହେବ । ସେହିପରି କଂଗ୍ରେସ ମଧ୍ୟ ଏସବୁ ରାଜ୍ୟରେ ଜିତି ନିଜର ସ୍ଥିତିରେ ଉନ୍ନତି କରିବାକୁ ଚାହିଁବ।