କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ଇସ୍ତଫା ଦେବା ପରେ ସେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଜେପିରେ ସାମିଲ ହୋଇଥିବା ଜଣାପଡ଼ିଛି।
ମନପ୍ରୀତ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଯାଇଛନ୍ତି । ସେ ଲେଖିଛନ୍ତି ଯେ କଂଗ୍ରେସରେ ରହିବାର ମୋହ ଏବେ ମୋର ଭାଙ୍ଗିଯାଇଛି। ରାହୁଲଙ୍କୁ ପଠାଇବା ସହ ବାଦଲ ତାଙ୍କ ଇସ୍ତଫା ପତ୍ର ଟ୍ୱିଟରରେ ମଧ୍ୟ ସେୟାର କରିଛନ୍ତି।
ସେ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ “ଦଳ ଏବଂ ସରକାର ମୋତେ ଯାହା କିଛି ଦାୟିତ୍ୱ ଦେଇଥିଲେ, ମୁଁ ଏହାକୁ ପୂରଣ କରିବା ପାଇଁ ମୋର ସମସ୍ତ ସମୟ ଲଗାଇଥିଲି। ମୋତେ ଏହି ସୁଯୋଗ ଦେଇଥିବାରୁ ଏବଂ ମୋତେ ସମ୍ମାନ ଦେଇଥିବାରୁ ଧନ୍ୟବାଦ। ଦୁର୍ଭାଗ୍ୟବଶତଃ ଏହି ଦଳ ମଧ୍ୟରେ ପ୍ରଚଳିତ ସଂସ୍କୃତି ଏବଂ ଅବହେଳିତ ମନୋଭାବ ହେତୁ ମୁଁ ଆଉ କଂଗ୍ରେସର ଅଂଶ ହୋଇ ରହିବାକୁ ଇଚ୍ଛା କରୁ ନାହିଁ। ସାତ ବର୍ଷ ପୂର୍ବେ, ମୁଁ ପଞ୍ଜାବର ପିପୁଲ୍ସ ପାର୍ଟିକୁ ଆପଣଙ୍କ ପାର୍ଟି ସହିତ ମିଶ୍ରଣ କଲି। ମୁଁ ବହୁତ ଆଶା ଓ ଆକାଂକ୍ଷା ସହିତ ଏହି ପଦକ୍ଷେପ ନେଇଥିଲି ଯେ ଏହା ମୋତେ ପଞ୍ଜାବର ଲୋକଙ୍କୁ ଯଥା ସମ୍ଭବ ସେବା ଯୋଗାଇବା ପାଇଁ ପୂର୍ଣ୍ଣ ସୁଯୋଗ ଦେବ। ହେଲେ ଏହି ଉତ୍ସାହ ଧୀରେ ଧୀରେ ହ୍ରାସ ପାଇଲା, ଯାହା ମୋ ନିରାଶାର କାରଣ ହେଲା।