୪୭ ବର୍ଷୀୟ ବିଜେପି ନେତା ସପା ନେତାଙ୍କ ୨୬ ବର୍ଷୀୟ ଝିଅକୁ ନେଇ ଫେରାର୍‌

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଉତ୍ତରପ୍ରଦେଶ ହରଦୋଇରେ ସପା ନେତାଙ୍କ ୨୬ ବର୍ଷିୟ ଝିଅକୁ ନେଇ ଫେରାର୍‌ ହେଲେ ୪୭ ବର୍ଷିୟ ବିଜେପି ନେତା। ସପା ନେତାଙ୍କ ଅଭିଯୋଗ ଆଧାରରେ ଏହି ମାମଲାରେ ପୋଲିସ ଏକ ମାମଲା ରୁଜୁ କରି ଦୁହିଁଙ୍କର ଖୋଜ୍ ଜାରି ରଖିଛି।

ବିଜେପିର ନଗର ସାଧାରଣ ସମ୍ପାଦକ ଆଶିଷ ଶୁକ୍ଳା ୨୬ ବର୍ଷୀୟ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ତଥା ମନ୍ତ୍ରଣା ଦେଇ ନିଜ ସହ ଧରି ଫେରାର ହୋଇଯାଇଛନ୍ତି। ଆଶିଷ ବିବାହିତ ଏବଂ ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି। ତେବେ ତାଙ୍କର ଏଭଳି କାମରେ ତାଙ୍କୁ ଦଳରୁ ନିଷ୍କାସିତ କରାଯାଇଛି।

କୁହାଯାଉଛି ଯେ ଉଭୟଙ୍କ ମଧ୍ୟରେ ଅନେକ ସମୟରୁ ପ୍ରେମ ସମ୍ବନ୍ଧ ରହିଥିଲା। କିନ୍ତୁ ସପା ନେତାଙ୍କ ଝିଅର ବିବାହ ସ୍ଥିର ହୋଇଥିଲା। ଆଉ ଏହାରି ମଧ୍ୟରେ ଉଭୟ ଫେରାର୍‌ ହୋଇଯାଇଛନ୍ତି। ତେବେ ପୋଲିସ ଉକ୍ତ ଯୁବତୀଙ୍କ ପିତା ତଥା ସପା ନେତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି। ଏହି ଘଟଣା ୧୩ ଜାନୁଆରୀର ବୋଲି କୁହାଯାଉଛି।