EntertainmentFeaturedLatest

ରାକ୍ଷୀ ସାଓ୍ବନ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ଗୁରୁବାର ମୁମ୍ବାଇର ଆମ୍ବୋଲି ପୋଲିସ ଗିରଫ କରିଛି। ଅଭିନେତ୍ରୀ ଶାର୍ଲିନ ଚୋପ୍ରାଙ୍କ ଅଭିଯୋଗ ପରେ ପୋଲିସ ରାକ୍ଷୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କିଛି ଦିନ ପୂର୍ବରୁ ରାକ୍ଷୀ ଶାର୍ଲିନଙ୍କ ଆପତ୍ତିଜନକ ଭିଡିଓ ଏବଂ ଫଟୋ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏନେଇ ଶାର୍ଲିନ ରାଖୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଶାର୍ଲିନଙ୍କ ଅଭିଯୋଗ ପରେ ଆମ୍ବୋଲି ପୋଲିସ ରାଖୀଙ୍କୁ ଗିରଫ କରିଛି।

ରାକ୍ଷୀ ଆଜିକାଲି ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସେ ତାଙ୍କ ବିବାହ ଏବଂ ମା ଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି। ତାଙ୍କ ପ୍ରେମିକ ଆଦିଲ ଖାନ ବିବାହକୁ ଅସ୍ବୀକାର କରିଥିଲେ। ତେବେ ବହୁ ବିବାଦ ପରେ ସେ ଏହି ବିବାହକୁ ସ୍ବୀକାର କରିଥିଲେ।