ମିଳିଲା ୯ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ ୨୭ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ବର : (ସଂକେତ୍ ଟିଭି) ରାଜ୍ୟର ହାଇ ଲେବଲ୍ କ୍ଲିୟରାନ୍ସ ଅଥରିଟିରେ ଆଉ ୯ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ଏହି ୯ ପ୍ରକଳ୍ପ ଦ୍ୱାରା ୨୭ ହଜାରରୁ ଅଧିକ ଚାକିରି ସୃଷ୍ଟି ହେବ ବୋଲି କୁହାଯାଉଛି ।

ଏହି ନଅଟି ପ୍ରକଳ୍ପ ମଧ୍ଯରୁ ତିନୋଟି ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟ ରହିଛି । ଏହା ଜଗତସିଂହପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ହେବ । ACME କ୍ଲିନ୍ ଏନର୍ଜି ପ୍ରତିଷ୍ଠା କରିବ ପ୍ଲାଣ୍ଟ, ଏଥିପାଇଁ ୫୮,୨୦୯ କୋଟି ନିବେଶ ହେବ । ସେହିପରି ଗଞ୍ଜାମରେ ଆଭାଡା ଗ୍ରୀନକୁ ମଞ୍ଜୁରୀ ମିଳିଛି । ପ୍ଲାଣ୍ଟ ପାଇଁ ଆଭାଡା ୨୩,୫୦୦ କୋଟି ଟଙ୍କା ନିବେଶ କରିବ ।

ପାରାଦୀପରେ ରିନ୍ୟୁ ପ୍ଲାଣ୍ଟ ହେବ। ଏଥିପାଇଁ ରିନ୍ୟୁ ୨୦ ହଜାର କୋଟି ନିବେଶ କରିବ। ଗୋପାଳପୁରରେ ଓସିଅର ଏନର୍ଜିକୁ ଅନୁମୋଦନ ମିଳିଛି । ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ପାଇଁ ନିବେଶ ୭,୨୦୦ କୋଟି ନିବେଶ ହେବ । ବାଲେଶ୍ବର ରେମୁଣାରେ ବ୍ୟାଙ୍କ ନୋଟ୍ ପେପର ମିଲ ପାଇଁ ଅନୁମତି ମିଳିଛି । ନୋଟ୍ ପ୍ଲାଣ୍ଟ ପାଇଁ ୨,୫୦୦ କୋଟି ଟଙ୍କା ନିବେଶ ହେବ । ପାରାଦୀପରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦିଆଯାଇଛି । ଆର୍ସେଲର ମିତ୍ତଲ ୭ MTPA ଷ୍ଟିଲ ପ୍ଲାଣ୍ଟ କରିବ, ଏଥିପାଇଁ ୩୮ ହଜାର କୋଟି ଟଙ୍କା ନିବେଶ ହେବ। ଏହି ପ୍ଲାଷ୍ଟ ହେବା ଦ୍ୱାରା ୧୧,୪୯୫ ଜଣଙ୍କୁ ନିଯୁକ୍ତି ମିଳିବ ।