ଥାନାରେ ହାଜର ହେଲେ ହ୍ୟୁମାନ ସାଗର, ଶ୍ବଶୁର କଲେ ହ୍ୟୁମାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ
କଟକ : (ସଂକେତ୍ ଟିଭି) କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର କଟକ ମହିଳା ଥାନାରେ ହାଜର ହୋଇଥିଲେ । ଉଭୟ ପତି-ପତ୍ନୀଙ୍କୁ କାଉନସେଲିଂ ପୋଲିସ କାଉନସିଲିଂ କରିଥିଲା ।
ବୁଧବାର ଦିନ ହ୍ୟୁମାନ୍ ସାଗରଙ୍କ ପତ୍ନୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ପୂର୍ବରୁ ନିର୍ଯାତନାର ଶିକାର ହୋଇ ଆସୁଥିବା ପତ୍ନୀ ଶ୍ରେୟା ମିଶ୍ର ଏଥିରେ ଅତିଷ୍ଠ ହୋଇ ଶେଷରେ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ । ଏହା ପରେ ଆଜି ଦୁଇ ଜଣଙ୍କୁ ହାଜର ହେବା ପାଇଁ ସମନ କରିଥିଲା ପୋଲିସ । ଥାନାରେ ହାଜର ପରେ ପାରିବାରିକ ବିବାଦ ସମ୍ପର୍କରେ ଉଭୟ ପତି ପତ୍ନୀଙ୍କୁ ସାମ୍ନାସାମ୍ନି ପଚରାଉଚରା କରିଛି ପୋଲିସ
ସେପଟେ ଶ୍ରେୟାଙ୍କ ବାପା ଆଜି ମୁହଁ ଖୋଲିଛନ୍ତି । ଶ୍ରେୟା ପାଞ୍ଚ ମାସ ହେବ ହ୍ୟୁମାନଙ୍କ ପାଖରେ ନଥିଲେ । ମୁଁ ଚାହୁଁନି ଝିଅ ଆଉ ହ୍ୟୁମାନଙ୍କ ପାଖରେ ରହୁ। ଶ୍ରେୟାର ଜୀବନ ପତି ବିପଦ ରହିଥିବା ଶ୍ରେୟାଙ୍କ ବାପା କହିଛନ୍ତି। ଏପିରିକି ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଉଥିଲେ । ବାଡେଇବା ସହ ମାରି ଦେବାକୁ ଉଦ୍ୟମ କରୁଥିବା ସେ କହିଛନ୍ତି । ଯୌତୁକ ପାଇଁ ମଧ୍ଯ ବାରମ୍ବାର ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ବିବାହ ପରେ ମଧ୍ୟ ୧୦ଲକ୍ଷ ଟଙ୍କା ଯୌତୁକ ଦିଆଯାଇଥିବା ସେ କହିଛନ୍ତି ।