ବିଏସ୍‌କେୱାଇ ତାଲିକାରୁ ବାଦ୍ ପଡ଼ିଲେ ୩୩ ହସପିଟାଲ

ଭୁବନେଶ୍ୱର : (ସଂକେତ୍ ଟିଭି) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ.କେ.ଓ୍ବାଇ.) ଟିମର କାର୍ଯ୍ୟ ସମୀକ୍ଷା କରି କ୍ଷେତ୍ର ସ୍ତରରେ ସଚେତନତା ବୃଦ୍ଧି ଏବଂ ଲୋକମାନଙ୍କଠାରୁ
ମିଳୁଥିବା ଅଭିଯୋଗ ଗୁଡ଼ିକର ସମୟାନୁବନ୍ଧିତ ସମାଧାନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ବିଏସକେୱାଇ କାର୍ଡ ଜାଲିଆତି ଅଭିଯୋଗରେ କଟକ ଆଠଗଡ଼ର ଏକ ଘରୋଇ ହସ୍ପିଟାଲକୁ ବିଏସକେୱାଇ ତାଲିକାରୁ ବାଦ୍‌ ଦିଆଯାଇଛି । ଏଥିସହ ରାଜ୍ୟର ମୋଟ ୩୩ଟି ହସ୍ପିଟାଲକୁ ତାଲିକାରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର । ବିଏସ୍‌କେୱାଇ ଜାଲିଆତି ଅଭିଯୋଗରେ ଆଠଗଡ଼ର ପଣ୍ଡା ନର୍ସିଂହୋମର ଲାଇସେନ୍ସ ବାତିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବିଏସ୍‌କେୱାଇ ୟୁନିଟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଗତ ୨ତାରିଖ ରେ ନର୍ସିଙ୍ଗ ହୋମ ପକ୍ଷରୁ ଦିଅ ।ଯାଇଥିବା ଉତ୍ତର ସନ୍ତୋଷଜନକ ନହେବାରୁ ୧୧ ତାରିଖରେ ଲାଇସେନ୍ସ ରଦ୍ଦ କରି ଦିଆଯାଇଛି । ରୋଗୀଙ୍କ ଜାଲ ରେଫରାଲ ଦେଇ ବିଏସକେୱାଇ ବିଲ୍ କରୁଥିଲା । ଆଠଗଡର ପଣ୍ଡା ନର୍ସିଂହୋମ କଟକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୋ ସରକାର ଆଧାରରେ ଏପର୍ଯ୍ୟନ୍ତ ୧୫ରୁ ୨୦ହସ୍ପିଟାଲକୁ କାରଣ ଦର୍ଶାଓ ନୋଟିସ ହୋଇଛି । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଉତ୍ତର ହସ୍ତଗତ ହୋଇଛି । ଯାହାକୁ ରାଜ୍ୟ ବିଏସକୋଇ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି । ତେବେ ପଣ୍ଡା ନର୍ସିଂହୋମର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ ପକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।

ରାଜ୍ୟ ସ୍ୱାସ୍ଥ୍ୟ ସେବା ପ୍ରତିଶୃତି ସୋସାଇଟି ସଭାଗୃହଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ କାର୍ଯ୍ୟ ର୍ନିବାହୀ ଅଧିକାରୀ ଡ଼ାକ୍ତର ବୃନ୍ଦା ଡ଼ି. ଯୋଜନା କାର୍ଯ୍ୟନ୍ୱୟନର ପ୍ରଶାସନିକ ଓ ବୈଷୟିକ ଦିଗ ଅ ।ଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ
କାର୍ଯ୍ୟନ୍ୱୟନର ବିଭିନ୍ନ ଦିଗ ସମୀକ୍ଷାକରି ବି.ଏସ.କେ.ଓ୍ବାଇ. ବିଷୟରେ ସଘନ କ୍ଷେତ୍ରସ୍ତରୀୟ ଜନ-କୈନ୍ଦ୍ରିକ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ନିମନ୍ତେ ଶ୍ରୀମତୀ ପଣ୍ଡିତ ନିର୍ଦେଶ ଦେଇଥିଲେ । ୧୦୪ (କଲ୍ ସେଣ୍ଟର) ୧୫୫୩୬୯ (ସ୍ମାର୍ଟ କାର୍ଡ
ବ୍ୟବହାର ସମ୍ବନ୍ଧିତ ସମସ୍ୟା), ମୋ ସରକାର ବ୍ୟବସ୍ଥା, ଟ୍ୱିଟର ଓ ଫେସବୁକ୍ ଆଦି ସୋସିଆଲ୍ ମେଡ଼ିଆ ମାଧ୍ଯମରେ ସଂଗ୍ରହ କରାଯାଉଥିବା ଲୋକମାନଙ୍କର ଅଭିଯୋଗ ଏବଂ ମତାମତ ଆଦି ବିଷୟରେ ଶତ ପ୍ରତିଶତ ସମୟାନୁବନ୍ଧିତ ସମାଧାନ କରିବାପାଇଁ ଶ୍ରୀମତୀ ପଣ୍ଡିତ ବି.ଏସ.କେ.ଓ୍ବାଇ ଟିମକୁ ନିର୍ଦେଶ ଦେଇଥିଲେ ।

ସମୀକ୍ଷାରୁ ଜଣାପଡ଼ିଥିଲା ଯେ ବିଭିନ୍ନ ସୁତ୍ରରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଅଭିଯୋଗର ପ୍ରାୟ ଶତକଡ଼ା ୯୫ ଭାଗ ବିଷୟରେ ଉପଯୁକ୍ତ ପଦକ୍ଷେପ ନିଆଯାଇ ସମାଧାନ କରାଯାଇଛି । ବି.ଏସ.କେ.ଓ୍ବାଇ. କାର୍ଯ୍ୟନ୍ୱୟନ ଅନୁସାରେ ଅନୁବନ୍ଧିତ ହସ୍ପିଟାଲମାନଙ୍କର ବର୍ଗୀକରଣ ବିଷୟ ବୈଠକର ଆଲୋଚନାରେ ସ୍ଥାନ ପାଇଥିଲା । ଉଭୟ ରାଜ୍ୟ ଭିତର ଏବଂ ଅନ୍ୟରାଜ୍ୟର ଅନୁବନ୍ଧିତ ହସ୍ପିଟାଲମାନଙ୍କୁ ଏଥିରେ ସାମିଲ କରାଯିବ ସବିଶେଷ ଆଲୋଚନା ମାଧ୍ୟମରେ ବର୍ଗୀକରଣ ଭିତ୍ତି ଏବଂ ମାନକ ବିଷୟ ନିର୍ଣ୍ଣୟ କରାଯାଇଥିଲା । ସମୁଦାୟ ୭ ଟି ବର୍ଗରେ ରୋଗୀମାନଙ୍କର ସନ୍ତୋଷ ସ୍ତରକୁ ମୁଖ୍ୟ ମାନଦଣ୍ଡରୂପେ ନିଆଯାଇ ହସ୍ପିଟାଲମାନଙ୍କୁ ସ୍ତରୀକରଣ କରାଯିବ ।