ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ
ଭୁବନେଶ୍ବର : (ସଂକେତ୍ ଟିଭି) ଚଳିତ ବର୍ଷ ୭୪ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଓଡିଶା ସରକାର ମନ୍ତ୍ରୀ ଏବଂ ଅଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି ଯେଉଁମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ଅବସରରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଥର ସାଧାରଣତନ୍ତ୍ର ଦିବସ ଅବସରରେ ୨୦ ଜିଲ୍ଲାରେ ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ । ସେହିପରି ୧୦ ଜିଲ୍ଲାରେ ଜିଲ୍ଲାପାଳଙ୍କ ଦ୍ୱାରା ତ୍ରିରଙ୍ଗା ଉତ୍ତୋଳନ କରାଯିବ। ଅନ୍ୟପଟେ ରାଜ୍ୟର ଦୁଇ ପ୍ରମୁଖ ମହାନଗରୀରେ ରାଜସ୍ୱ କମିଶନର ତ୍ରିରଙ୍ଗା ଉତ୍ତୋଳନ କରିବେ ।
କିଏ କେଉଁଠି କରିବେ ପତାକା ଉତ୍ତୋଳନ-
ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା-ଗଜପତି
ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ-କଟକ
କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇ-ଗଞ୍ଜାମ
ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ-ସୋନପୁର
ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ-ଜଗତସିଂହପୁର
ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ-କେଉଁଝର
ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ-କେନ୍ଦ୍ରାପଡା
ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ-ପୁରୀ
ଖାଦ୍ୟ ଯୋଗାଣ ମନ୍ତ୍ରୀ-ଅତନୁ ସବ୍ୟସାଚୀ ନାୟକ
ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ-କଳାହାଣ୍ଡି
ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହୁ-ମାଲକାନଗିରି
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା-ମୟୂରଭଞ୍ଜ
ଯୋଜନା ଏବଂ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ-ବରଗଡ଼
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ-ବାଲେଶ୍ୱର
ଗ୍ରାମ୍ୟ ଉନ୍ନୟନମନ୍ତ୍ରୀ ପ୍ରତିରଞ୍ଜନ ଘଡ଼ାଇ-ସୁନ୍ଦରଗଡ଼
ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ-ବଲାଙ୍ଗୀର
ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ-ସମ୍ବଲପୁର
ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍-ଦେବଗଡ଼
ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର-ବ୍ରହ୍ମପୁର
ଉତ୍ତରାଞ୍ଚଳ ରାଜସ୍ୱ କମିଶନର-ରାଉରକେଲା
ଅନୁଗୋଳ ଜିଲ୍ଲାପାଳ-ଅନୁଗୋଳ
ଭଦ୍ରକ ଜିଲ୍ଲାପାଳ-ଭଦ୍ରକ
ବୌଦ୍ଧ ଜିଲ୍ଲାପାଳ-ବୌଦ୍ଧ
ଯାଜପୁର ଜିଲ୍ଲାପାଳ-ଯାଜପୁର
ଝାରସୁଗୁଡା ଜିଲ୍ଲପାଳ-ଝାରସୁଗୁଡା
ଖୋର୍ଦ୍ଧା ଜିଲ୍ଲାପାଳ-ଖୋର୍ଦ୍ଧା
ନୂଆପଡ଼ା ଜିଲ୍ଲାପାଳ-ନୂଆପଡ଼ା
ନବରଙ୍ଗପୁର ଜିଲ୍ଲାପାଳ-ନବରଙ୍ଗପୁର
ନୟାଗଡ଼ ଜିଲ୍ଲପାଳ-ନୟାଗଡ
ରାୟଗଡ଼ା ଜିଲ୍ଲାପାଳ-ରାୟଗଡ଼ା