ବୋହୂ ଶ୍ରେୟାଙ୍କୁ ଘରକୁ ଫେରାଇ ଆଣିବାକୁ ଚାହୁଁଛନ୍ତି ହ୍ୟୁମାନଙ୍କ ମାଆ

କଟକ : (ସଂକେତ୍ ଟିଭି) ଗାୟକ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନା ବୋହୂ ଶ୍ରେୟାଙ୍କୁ ଘରକୁ ଫେରାଇ ଆଣିବାକୁ ଚାହୁଁଛନ୍ତି । ସେ କହିଛନ୍ତି ବୋହୂକୁ କୌଣସି ଭାବେ ଧର୍ମ ପରିବର୍ତ୍ତନ ନେଇ ବାଧ୍ୟ କରାଯାଇ ନାହିଁ । ବୋହୁ ହିସାବରେ ହିଁ ଘରେ ଜଗନ୍ନାଥ, ଗଣେଶ ମୂର୍ତ୍ତି ରଖି ଠାକୁର ପୂଜା କରିଥାଏ। ବୋହୁକୁ କୌଣସି କାମ ପାଇ ବାଧ୍ୟ କରାଯାଇ ନାହିଁ। ନିଜ ସ୍ଵଇଚ୍ଛାରେ ବୋହୂ ଘରେ ପୂଜା କରିଥାଏ । ଏହାସହ ବୋହୁର ବାପା -ମାଆ ମଧ୍ୟ ଆସିଲେ ପୂଜା କରିଥାନ୍ତି। ପୁଅ ବୋହୁ ଏକାଠି ରୁହନ୍ତୁ ଏତିକି ଚାହୁଁଥିବା କହିଛନ୍ତି ହ୍ୟୁମାନଙ୍କ ମାଆ ସେଫାଳୀ ସୁନା କହିଛନ୍ତି।

ସେପଟେ ହ୍ୟୁମାନ କହିଛନ୍ତି ଯେ ଭଗବାନ ଅଛନ୍ତି ସବୁ ଦେଖୁଛନ୍ତି ସେଥିପାଇଁ ମନରେ ଭୟ ନାହିଁ । ମୋ ପତ୍ନୀ ଓ ଝିଅ ମୋ ପାଖକୁ ଫେରି ଆସନ୍ତୁ ସେତିକି ଚାହୁଁଛି। ମୁଁ ମୋ ନିଷ୍ପତି ଗତକାଲି ମହିଳା ଥାନାରେ କହିଛି। ଏକାଠି ମିଶିକି ରହିବାକୁ ଚାହୁଁଛି। ଆଶା କରୁଛି ଦୁଇଦିନ ସମୟ ନେଇ ଶ୍ରେୟା ଠିକ ନିଷ୍ପତି ନେବେ ବୋଲି କଣ୍ଠଶିଳ୍ପୀ ହ୍ୟୁମାନ ସାଗର କହିଛନ୍ତି।

ସେ କହିଛନ୍ତି ସମସ୍ତ ଧର୍ମକୁ ମୁଁ ସମ୍ମାନ କରେ । ଆମେ ବୁଝାମଣା ପାଇଁ ଜଣାଇସାରିଛୁ । ସେମାନେ ଦୁଇଦିନ ଦିନ ସମୟ ନେଇଛନ୍ତି । ମୋ ନାଁରେ ମିଛ ଅଭିଯୋଗ ହୋଇଛି । ମୁଁ ଅଭିଯୋଗ ଶୁଣି ଚକିତ ହୋଇଛି । ମୁଁ ମୋ ପରିବାର ଶ୍ରେୟାଙ୍କୁ ବହୁତ ମିସ କରୁଛୁ ।