ଇଡିରେ ହାଜର ହେଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ଭୁବନେଶ୍ବର : (ସଂକେତ୍ ଟିଭି) ଖଣି କାରବାର ମାମଲାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଇଡିରେ ହାଜର ହୋଇଛନ୍ତି। ସେ ବେଆଇନ ଖଣି କାରବାର ମାମଲାରେ ପ୍ରଚୁର ଅର୍ଥ ହାସଲ କରିଥିବା ଇଡି ପାଖରେ ସୂଚନା ରହିଛି ।
ତାଙ୍କୁ ଆଜି ଜେରା କରାଯାଇଥିଲା ।

ତେବେ ପୂର୍ବରୁ ଚମ୍ପୁଆର ପୂର୍ବତନ ବିଧାୟକ ସନା ମହାକୁଡ଼ଙ୍କ ଘରେ ଛାପା ମାରିଥିଲା ଇଡି । ସେହି ମାମଲା ତଦନ୍ତ ଜାରି ରହିଥିବା ବେଳେ ବ୍ରଜ ପ୍ରଧାନଙ୍କ ଖଣି ଲିଙ୍କ୍ ସମ୍ପର୍କରେ ଇଡି ଜାଣିବାକୁ ପାଇଥିଲା ।