ଗୋଟିଏ ଝଟକାରେ ବୋଲ୍ଟଙ୍କ ଆକାଉଣ୍ଟରୁ ୧୦୦ କୋଟି ଗାଏବ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ବିଶ୍ୱର ଦ୍ରୁତ ଧାବକ ଉସେନ ବୋଲ୍ଟଙ୍କ ସହ ଆର୍ଥିକ ଠକେଇ ହୋଇଛି । ବୋଲ୍ଟଙ୍କ ଜୀବନବ୍ୟାପି ଆୟ ଚୋର ଲୁଟି ନେଇଛନ୍ତି । ଜାମାଇକାର ଆଥଲେଟ୍ ତଥା ଲଗାତାର ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା ବୋଲ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୨.୭ ମିଲିୟନ ଡଲାର(୧୦୦ କୋଟି ଟଙ୍କା) ଲୁଟ ହୋଇଯାଇଛି । ବୋଲ୍ଟଙ୍କ ଏହି ବ୍ୟାଙ୍କ ଆକାଉଣ୍ଟ ଜାମାଇକାର ଏକ ଇନଭେଷ୍ଟମେଣ୍ଟ ଫାର୍ମରେ ସୁରକ୍ଷିତ ଥିବା ବେଳେ ଏହି ଲୁଟ୍ ହୋଇଛି ବୋଲ୍ଟ ଏବେ ଏହି ମାମଲାକୁ କୋର୍ଟକୁ ନେବା ଲାଗି ବିଚାର କରୁଛନ୍ତି ।
କିଙ୍ଗସଟନସ୍ଥିତ ଷ୍ଟକ୍ସ ଏଣ୍ଡ ସିକ୍ୟୁରିଟିଜ୍ (ଏସଏସଏଲ)ରେ ବୋଲ୍ଟଙ୍କ ଆକାଉଣ୍ଟ ଥିଲା । ଏବେ ତାଙ୍କ ବ୍ୟାଙ୍କ ଖାତାରେ ମାତ୍ର ୧୨ ହଜାର ଡଲାର ପଡିଛି । ତାଙ୍କ ଓକିଲ ଲିଣ୍ଟନ ଗାର୍ଡନ ଏହି ସୂଚନା ଦେଇଛନ୍ତି ପୁରା ଘଟଣାକ୍ରମ ଉପରେ ନିଜର ପ୍ରତିକ୍ରିୟା ରଖି ଓକିଲ ଗାର୍ଡନ କହିଛନ୍ତି ଯେ ଯଦି ଫାର୍ମ ତାଙ୍କ ଅର୍ଥ ଫେରସ୍ତ ନ କରନ୍ତି ତେବେ ସେ ତାଙ୍କ ମହକିଲଙ୍କ ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ କରିବେ । ଓକିଲଙ୍କ ବୟାନ ପରେ ବୋଲ୍ଟ ମଧ୍ୟ କଡା ପ୍ରତିକ୍ରିୟା ଦେଇଛନ୍ତି ଓ ଦୁଇଟି ଟ୍ୱିଟ୍ ମଧ୍ୟ କରିଛନ୍ତି ।
ଅନ୍ୟପଟେ ଜାମାଇକା ସରକାର ମାମଲାର ତଦନ୍ତ ଆରମ୍ଭ କରିଦେଇଛନ୍ତି । ଆର୍ଥିକ ସେବା ଆୟୋଗ (ଏଫଏସସି) ଫାର୍ମର ଯାଞ୍ଚ କରାଯାଉଥିବା କହିଛନ୍ତି ବୋଲ୍ଟଙ୍କ ଓକିଲ ଲିଣ୍ଟନ ଗାର୍ଡନଙ୍କ ଅନୁସାରେ ବୋଲ୍ଟ ଏହି ଆକାଉଣ୍ଟ ତାଙ୍କ ନିଜର ଓ ମାତାପିତାଙ୍କ ଲାଗି ପେନସନ୍ ଆକାଉଣ୍ଟ ଭାବେ ଚଳାଇବାକୁ ରଖିଥିଲେ । ଦ୍ରୁତ ଦୌଡ ଯୋଗୁ ସାରା ବିଶ୍ୱ୍କୁ ଚକିତ କରି ରଖିଥିବା ଧାବକ ୨୦୧୭ ମସିହାରେ ଆଥଲେଟିକ୍ କ୍ୟାରିୟରର ସମାପ୍ତି ଘୋଷଣା କରିଥିଲେ ।
ବ୍ରାଜିଲ ଫୁଟବଲ ଦିଗ୍ଗଜ ପେଲେ ଓ ଆମେରିକା ବକ୍ସିଂ ଚାମ୍ପିୟନ ମହମ୍ମଦ ଅଲ୍ଲିଙ୍କ ଭଳି ଜାମାଇକାରେ ଧାବକ ଭାବେ ବୋଲ୍ଟ ବେଶ୍ ପ୍ରଶିଦ୍ଧ କେବଳ ଏତିକି ନୁହେଁ ସାରା ବିଶ୍ରେ ଧାବକ ଭାବେ ତାଙ୍କ ନାମକୁ ସମ୍ମାନର ସହ ନିଆଯାଏ । ଏହି ଜାମାଇକାନ ସ୍ପ୍ରିଣ୍ଟରଙ୍କ ନାମରେ ୧୦୦ ମିଟର, ୨୦୦ ମିଟର ଓ ୪୧୦୦ ମିଟର ଦୌଡରେ ବିଶ୍ୱ ରେକର୍ଡ ମଧ୍ୟ ରହିଛି ।