ଇଟା ଭାଟିରେ ଟ୍ରାକ୍ଟରରେ ଚାପି ନାବାଳକ ମୃତ

ବାଲିଆପାଳ : (ଉମାକାନ୍ତ ନାୟକ) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ଶିଖରପୁର ଠାରେ ଥିବା ବେଆଇନ ଇଟା ଭାଟିରେ ଟ୍ରାକ୍ଟର ଚାପି ଦେବାରୁ ଜଣେ ନାବାଳକ ମୃତ୍ୟୁବରଣ କରିଛି ।

ସୂଚନା ଅନୁସାରେ, ଆଜି ଅପରାହ୍ନ 1 ଘଟିକା ସମୟରେ ଗୀତା ଇଟା ଭାଟି ଝାଡଖଣ୍ଡର ପରମଜିତ ସିଂ ଏବଂ ତାଙ୍କ ପତ୍ନୀ ସୁଷମା ଦେବୀ ଦାଦନ ଶ୍ରମିକ ଦିନ ମଜୁରିଆ ଭାବରେ କାମ କରୁଥିଲେ । ଏହି ସମୟରେ ତାଙ୍କ ଆଠ ବର୍ଷୀୟ ପୁଅ ଶିବମ କୁମାର ପାଖରେ ଅନ୍ୟ ପିଲାଙ୍କ ସହିତ ଖେଳୁଥିଲା । କିଛି ସମୟ ପରେ ଗୋଟିଏ ଟ୍ରାକ୍ଟର ଇଟା ନେବା ଭାଟିକୁ ଆସିଥିଲା । ଇଟା ବୋଝେଇ ଯିବା ସମୟରେ ଟ୍ରାକ୍ଟରଟି ଶିବମ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ନାବାଳକଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଜଳେଶ୍ୱର ପୋଲିସ ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରିଥିଲା ।