ମୋଦୀଙ୍କ ମନ୍ତ୍ର ; କୁଛ କା ସାଥ, ଖୁଦ୍ କା ବିକାଶ, ସବକେ ସାଥ ବିଶ୍ଵାସଘାତ : କଂଗ୍ରେସ
ନୂଆଦିଲ୍ଲୀ : (ସଂକେତ୍ ଟିଭି) କୁଛ କା ସାଥ, ଖୁଦ୍ କା ବିକାଶ, ସବକେ ସାଥ ବିଶ୍ଵାସଘାତ । ଏହା ହୋଇଛି କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ମନ୍ତ୍ର । ଏହା କହି କଂଗ୍ରେସ ପାର୍ଟି ମୋଦୀ ସରକାରକୁ ଟାର୍ଗେଟ କରିଛି । ଶନିବାର କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି କଂଗ୍ରେସ ବିରୋଧୀ ପାର୍ଟି ବିଜେପିକୁ ଭ୍ରଷ୍ଟ ଜୁମଲା ପାର୍ଟିର ଆଖ୍ୟା ଦେଇଛି ।
ସେପଟେ କଂଗ୍ରେସ ପାର୍ଟି ଘୋଷଣା କରିଛି ଯେ, ଭାରତ ଯୋଡୋ ଯାତ୍ରାର ନେତୃତ୍ଵ ନେଉଥିବା ରାହୁଲ ଗାନ୍ଧୀ ଶ୍ରୀନଗରର ଲାଲଚୌକରେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏହା ପରେ ଶେର ଏ କାଶ୍ମୀର ଷ୍ଟାଡିୟମରେ ଏକ ଜନସଭାକୁ ସମ୍ବୋଧିତ କରିବେ। ଏଥିସହ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାଲିଥିବା ପଦଯାତ୍ରାର ପରିସମାପ୍ତି ଘଟିବ।
କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ ଏବଂ କେସି ବେଣୁଗୋପାଳ ପାର୍ଟିର ହାଥ ସେ ହାଥ ଯୋଡୋର ଲୋଗୋ ବିମୋଚନ କରିଛନ୍ତି। ଏହି ଅଭିଯାନ ଶତ ପ୍ରତିଶତ ରାଜନୈତିକ ହେବ ବୋଲି ସେମାନେ କହିଛନ୍ତି ।
ବେଣୁଗୋପାଳ କହିଛନ୍ତି, ଜାନୁଆରୀ ୨୬ରୁ ଆରମ୍ଭ ହେଉଥିବା କଂଗ୍ରେସର ଅଭିଯାନ ଆଧାରରେ ପାର୍ଟି ଚାର୍ଜସିଟ୍ ଏବଂ ଯାତ୍ରାର ସନ୍ଦେଶ ସହିତ ରାହୁଲଙ୍କ ପତ୍ରକୁ ଘର ଘର ପର୍ଯ୍ୟନ୍ତ ପହଞ୍ଚାଇବ। କଂଗ୍ରେସ ଦ୍ଵାରା ବିଜେପି ବିରୋଧରେ ଜାରି ଚାର୍ଜସିଟ୍ ଏକ ପୃଷ୍ଠା ବିଶିଷ୍ଟ। ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା- କୁଛ କା ସାଥ, ଖୁଦ୍ କା ବିକାଶ ଏବଂ ସବକେ ସାଥ ବିଶ୍ଵାସଘାତ।