ଟ୍ଵିଟରରେ ଆଉ ଦେଖିବାକୁ ମିଳିବ ନାହିଁ ବିଜ୍ଞାପନ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଟ୍ଵିଟରରେ ଆଉ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ଏକଥା ଘୋଷଣା କରିଛନ୍ତି ଏଲନ ମସ୍କ । ବିଜ୍ଞାପନକୁ କମ କରିବା ପାଇଁ ଆମେ ଅଧିକ ମୂଲ୍ୟର ସବସ୍କ୍ରିପସନ ଆରମ୍ଭ କରିବାକୁ ଯୋଜନା କରିଛୁ। ଏଥିରେ ୟୁଜର୍ସ ବିନା କୌଣସି ବିଜ୍ଞାପନରେ ଟ୍ଵିଟରର ବ୍ୟବହାର କରି ପାରିବେ। ନିକଟରେ ମସ୍କ ଟ୍ଵିଟ୍ ପାଇଁ ବୁକମାର୍କ ସୁବିଧା ଆଣୁଥିବା ଘୋଷଣା କରିଛନ୍ତି।
ସେ କହିଛନ୍ତି, ଟ୍ଵିଟରରେ ବାରମ୍ବାର ବିଜ୍ଞାପନ ଆସୁଛି ଏବଂ ପୁଣି ଏହାର ଅବଧି ଅଧିକ ରହୁଛି। ଆଗାମୀ ସପ୍ତାହରେ ବିଜ୍ଞାପନ ସଂଖ୍ୟା ଏବଂ ଏହାର ଅବଧି କମ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏଥିସହ ଅଧିକ ମୂଲ୍ୟର ସବସ୍କ୍ରିପସନ ମୋଡେଲ୍ ଅଣାଯାଉଛି, ଯଦ୍ଵାରା ଟ୍ଵିଟରରେ ଆଉ କୌଣସି ବିଜ୍ଞାପନ ଆସିବ ନାହିଁ। ତେବେ ମସ୍କ ଏହା ଜଣାଇ ନାହାନ୍ତି ଯେ, ବିଜ୍ଞାପନ କମ୍ କରିବା ପାଇଁ କଣ କଣ ପଦକ୍ଷେପ ନିଆଯିବ ଏବଂ ନୂତନ ସବସ୍କ୍ରିପସନ ମୋଡେଲ୍ର ମୂଲ୍ୟ କେମିତି ସ୍ଥିର କରାଯିବ।
ଟ୍ବିଟର କିଣିବା ସମୟରେ ମସ୍କ ସ୍ପଷ୍ଟ କରି ଦେଇଥିଲେ ଯେ, ଟ୍ଵିଟର କେବଳ ବିଜ୍ଞାପନ ଭରସାରେ ରହି ପାରିବ ନାହିଁ। ଯାହା ପରେ କମ୍ପାନି ପେଡ୍ ବ୍ଲୁ ସବସ୍କ୍ରିପସନ ଆରମ୍ଭ କରିଛି। କମ୍ପାନି ସଂପ୍ରତି ନିଜର ବିଜ୍ଞାପନ ରାଜସ୍ଵ କମ କରିବା ପାଇଁ ପ୍ରୟାସ ଜାରି ରଖିଛି।