ପରମବୀରଚକ୍ର ବିଜେତାଙ୍କ ନାମରେ ନାମିତ ହେଲା ଆଣ୍ଡାମାନ ନିକୋବରର ୨୧ ଦ୍ୱୀପ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆଣ୍ଡାମାନ ନିକୋବରର ୨୧ ଦ୍ୱୀପର ନାମକରଣ କରାଯାଇଛି । ଏକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦ୍ୱୀପକୁ ନେତାଜୀଙ୍କ ସ୍ମୃତିରେ ସମର୍ପିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ନାମକରଣ କରିଛନ୍ତି । ଏହି ସମସ୍ତ ଦ୍ୱୀପ ସମୂହର ନାମ ପରମବୀରଚକ୍ର ବିଜେତାଙ୍କ ନାମରେ ରଖାଯାଇଛି ।

ଆଣ୍ଡାମାନ ନିକୋବରର ଦ୍ୱୀପ ସମୂହର ସବୁଠାରୁ ବଡ ଦ୍ୱୀପର ନାମକରଣ ପ୍ରଥମ ପରମବୀର ଚକ୍ର ବିଜେତାଙ୍କ ନାମରେ କରାଯାଇଛି । ସେହି ଅନୁଯାୟୀ ପ୍ରଧାନମନ୍ତ୍ରୀ ଅନ୍ୟ ଦ୍ୱୀପର ନାମକରଣ ମଧ୍ୟ କରିଛନ୍ତି । ଏହି ପରମବୀର ଚକ୍ର ବିଜେତାଙ୍କ ମଧ୍ୟରେ ଅଛନ୍ତି ହାବିଲଦାର ପୀରୁ ସିଂହ, କ୍ୟାପ୍ଟେନ ଜିଏସ ସଲାରିଆ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଧାନ ସିଂହ ଥାପା, ସୁବେଦାର ଜୋଗିନ୍ଦର ସିଂହ, ମେଜର ଶୈତାନ ସିଂହ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଅର୍ଦେଶିର ବୁର୍ଜାରଜୀ ତାରାପୋର, ଲାନ୍ସ ନାଏକ ଅଲବର୍ଟ ଏକ୍କା, ମେଜର ହୋଶିଆର ସିଂହ, ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଲ, ଫ୍ଲାଇଂ ଅଫିସର ନିର୍ମଲ ସିଂହ ଶିଖୋ, ମେଜର ପରମେଶ୍ୱରମ, ନାଏବ ସୁବେଦାର ବନା ସିଂହ, ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, ସୁବେଦାର ମେଜର ସଞ୍ଜୟ କୁମାର, ସୁବେଦାର ମେଜର ଯୋଗେନ୍ଦ୍ର ସିଂହ ଯାଦବ ପ୍ରମୁଖ ।