ଶବ୍ଦ ପ୍ରଦୂଷଣ କଲେ ଗାଡି ମାଲିକଙ୍କୁ ଗଣିବାକୁ ପଡିବ ମୋଟା ଅଙ୍କର ତଣ୍ଡ
ନୂଆଦିଲ୍ଲୀ : (ସଂକେତ୍ ଟିଭି): ଏଣିକି ଶବ୍ଦ ପ୍ରଦୂଷଣ କଲେ ଗାଡିମାଲିକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ। ପ୍ରଥମ ଥର ପାଇଁ ନୋଏଡା ଟ୍ରାଫିକ୍ ସେଲ୍ ସହରର ୧୪୦ ଟି ଶବ୍ଦ ପ୍ରଦୂଷଣ ସ୍ଥାନ ଚିହ୍ନଟ କରିଛନ୍ତି । ଏହି ସ୍ଥାନ ଗୁଡିକରେ ସାଇଲେନ୍ସ ଜୋନର ବୋର୍ଡ ଲଗାଇବା ସହ ଶବ୍ଦ ନକରିବା ପାଇଁ ଚେତାବନୀ ଦିଆଯାଇଛି । ତେବେ ଏହି ଏରିଆରେ ଶବ୍ଦର ମାତ୍ରା ୪୦ରୁ ୫୦ ଡେସିବଲ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ସାଇଲେନ୍ସ ଜୋନ୍ ଘୋଷଣା ହୋଇଥିବା ସ୍ଥାନଠାରୁ ଅଧିକ ଶବ୍ଦ କରୁଥିବା ଗାଡି ୧୦୦ମିଟର ଦୂରରେ ରହିବେ । ଏହି ନୋ ସାଉଣ୍ଡ ଜୋନରେ ଅଧିକ ଶବ୍ଦ କରୁଥିବା ଗାଡିକୁ ନିଷିଦ୍ଧ କରାଯାଇଛି । ଆଉ ଯଦି କୌଣସି ଗାଡି ଏହାକୁ ଅମାନ୍ୟ କରେ, ତେବେ କଡା କାର୍ଯ୍ୟନୁଷ୍ଠାନ ସହ ମୋଟା ଅଙ୍କର ଜରିମାନା ଗଣିବାକୁ ପଡିବ । ଏହି ସାଇଲେନ୍ସ ଜୋନରେ ଯଦି କେହି ବି ଅଧିକ ଶବ୍ଦ କରନ୍ତି, ତେବେ ପ୍ରଥମଥର ପାଇଁ ୧ ହଜାର, ଦ୍ବିତୀୟଥର ପାଇଁ ୨ ହଜାର ତଣ୍ଡ ଗଣିବାକୁ ପଡିବ । ଏହାଠାରୁ ଅଧିକ ଯଦି କରାଯାଏ ତେବେ ୧୦ ହଜାର ଟଙ୍କାର ଫାଇନ୍ ଗଣିବାକୁ ପଡିବ ।
ଅନ୍ୟପଟେ ଏହି ଜୋନ ଗୁଡିକୁ ଗୁଗଲ ମ୍ୟାପରେ ଅପଡେଟ୍ କରାଯିବ । ଜୋନଗୁଡିକୁ ୪ ଭାଗରେ ଯଥା-ଇଣ୍ଡଷ୍ଟ୍ରିଆଲ୍, କମର୍ସିଆଲ୍, ରେସିଡେନଣ୍ଟାଲ୍ ଏବଂ ସାଇଲେନ୍ସ ଜୋନ୍ । ସାଇଲେନ୍ସ ଜୋନ ଅଧିନରେ ହସ୍ପିଟାଲ, ଶିକ୍ଷାନଷ୍ଠାନ, କୋର୍ଟ ଏବଂ ଧର୍ମାନୁଷ୍ଠାନ ଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି ।