ଭାରତ ଯୋଡ଼ ଯାତ୍ରାରେ ସାମିଲ୍‌ ହେଲେ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଜମ୍ମୁ-କଶ୍ମୀରଠାରେ କଂଗ୍ରେସର ଭାରତ ଯୋଡ ଯାତ୍ରାରେ ‌ଯୋଡ଼ି ହୋଇଛନ୍ତି। ଆଜି ସକାଳ ୮ଟାରେ ଆର୍ମି ଗାରିସନ ପଡ଼ିଆ ନିକଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଯାତ୍ରା ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ ଉର୍ମିଲା ଏଥିରେ ସାମିଲ୍‌ ହୋଇଥିଲେ। ଉର୍ମିଳା ୨୦୧୯ ସେପ୍ଟେମ୍ବର ମାସରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ଅଳ୍ପ କିଛି ମାସ ବ୍ୟବଧାନରେ ୨୦୨୦ ମସିହାରେ ଶିବସେନା‌ରେ ଯୋଗ ଦେଇଥିଲେ।

ଗତବର୍ଷ ସେପ୍ଟେମ୍ବର ୭ ତାରିଖରୁ ତାମିଲନାଡ଼ୁର କନ୍ୟାକୁମାରୀରୁ ଏହି ଯାତ୍ରା ଆରମ୍ଭ ହୋଇଛି। ଗତ ଗୁରୁବାର ଏହା ପଞ୍ଜାବ ଅତିକ୍ରମ କରି ଜମ୍ମୁ କାଶ୍ମୀରରେ ପ୍ରବେଶ କରିଛି। ଗତକାଲି ସକାଳ ୮ଟା ବେଳେ ‌ଲୋଣ୍ଡି ତନଖି ଫାଟକ ଅତିକ୍ରମ କରିବା ପରେ ରାହୁଲ ସାମ୍ବା ଜିଲ୍ଲାର ତାପୟାଲ-ଗଗୱାଲରେ ପ୍ରବେଶ କରିଥିଲେ। ୨୫ କିମି ଯିବା ପରେ ଆଜି ରାତିରେ ଯାତ୍ରା ଚକ୍‌ ନାନାକଠାରେ ଅଟକିଥିଲେ। ଆସନ୍ତା ୩୦ ତାରିଖରେ ଏହା ଶ୍ରୀନଗରରେ ପହଞ୍ଚିବା ଆଶା କରାଯାଉଛି। ସେଠାରେ କଂଗ୍ରେସ କାର୍ଯ୍ୟାଳୟରେ ରାହୁଲ ଜାତୀୟ ପତାକା ଉତ୍ତୋଳନ କରିବେ।