ଧରାପଡ଼ିଲେ ଆନ୍ତଃରାଜ୍ୟ ବାଇକ୍ ଲୁଟେରା ; ୧୮ଟି ବାଇକ୍ ଜବତ
ବାଲିଆପାଳ : (ଉମାକାନ୍ତ ନାୟକ) ବାଲେଶ୍ବର ଜିଲ୍ଲା ରାଇବଣିଆ ପୋଲିସ ଏକ ଆନ୍ତଃରାଜ୍ୟ ବାଇକ୍ ଲୁଟେରା ଗ୍ଯାଙ୍ଗକୁ ଠାବ କରି ସେମାନଙ୍କ ଠାରୁ 18 ଟି ବାଇକ ଉଦ୍ଧାର କରିଛି । ଏହି ଲୁଟେରା ଗ୍ୟାଙ୍କର ତିନି ଜଣ ଲୁଟେରାଙ୍କୁ ମଧ୍ଯ ପୋଲିସ ଗିରଫ କରିଛି ।
ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ରାଇବଣିଆ ଥାନାର ବିଭିନ୍ନ ଅଞ୍ଚଳରେ ବାଇକ୍ ଚୋରି କରିଥିବା ତିନି ଜଣ ଚୋରଙ୍କୁ ଗ୍ରାମବାସୀମାନେ ଧରି ପୋଲିସ ର ଜିମା ଦେଇଥିଲେ । ଧରାପଡିଥିବା ଚୋରଙ୍କ ଘର ପଡୋଶୀ ପଶ୍ଚିମବଙ୍ଗ ମେଦିନିପୁରରେ ବୋଲି ଜଣାପଡିଛି । ସେମାନେ ଓଡ଼ିଶା ରେ ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରି ପଶ୍ଚିମବଙ୍ଗକୁ ନେଇଯାଇଥିଲେ । ପୋଲିସ ତଦନ୍ତ କରିବା ପରେ ପଶ୍ଚିମବଙ୍ଗରୁ 18 ଟି ବାଇକ ଉଦ୍ଧାର କରିଛି । ଏହି ବାଇକ ଲୁଟେରା ଗ୍ଯାଙ୍ଗ ଓଡ଼ିଶା ,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ସକ୍ରିୟ ରହିଥିବା ଜଣାପଡିଛି । ତେବେ ଉଦ୍ଧାର ହୋଇଥିବା ଗାଡ଼ିଗୁଡ଼ିକ ରାଇବଣିଆ, ଜଳେଶ୍ଵର, ବାଲେଶ୍ୱର ଓ ବାରିପଦା ଅଞ୍ଚଳର ହୋଇଥିବା ତଦନ୍ତରୁ ଜଣାପଡିଛି ।