ଦେଶର ଋଣ ଭାର ୧୬ ଲକ୍ଷ କୋଟି ଟପିବ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦେଶର ଆର୍ଥିକ ସ୍ଥିତି ଏକ ସମ୍ବେଦନଶୀଳ ସ୍ଥିତିରେ ପହଞ୍ଚିଛି । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ସରକାର ୧୯୮ ବିଲିୟନ୍‌ ଡଲାର ବା ୧୬ ଲକ୍ଷ କୋଟି ଟଙ୍କାର ରେକର୍ଡ ଋଣ କରିବେ ବୋଲି ରୟଟର୍ସ ପୋଲ୍‌ ଅଫ୍‌ ଇକୋନୋମିକ୍ସ ପକ୍ଷରୁ କୁହାଯାଇଛି । ଏଥର ବଜେଟ୍‌ରେ ଭିତ୍ତିଭୂମି ଓ ଆର୍ଥିକ ଶୃଙ୍ଖଳାକୁ ପ୍ରଧାନ୍ୟ ଦିଆଯିବ । ସଂଘୀୟ ବ୍ୟବସ୍ଥାରେ ସରକାର ବ୍ୟାପକ ଋଣ କରିବେ ବୋଲି ସୂଚନା ମିଳିଛି ।

କୋଭିଡ-୧୯ ମହାମାରୀ ଯୋଗୁ ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପଡିଛି । ଫେବୃଆରୀ ପହିଲାରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ୨୦୨୪ ନିବଆଚନ ପୂର୍ବରୁ ଏହି ବଜେଟ୍‌ ଆସୁଥିବାରୁ ଏଥିରେ ଅନେକ ଲୋଭନୀୟ ଯୋଜନା କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର କରିବାର ସମ୍ଭାବନା ରହିଛି । କିନ୍ତୁ ଟିକସ, ରାଜସ୍ୱ ହ୍ରାସ ଓ ଆଗାମୀ ଆର୍ଥିକ ବର୍ଷରେ ଧିମା ଅଙିବୃଦ୍ଧି ଲାଗି ସରକାର ଋଣ କରିବେ । ଆସନ୍ତା ଆର୍ଥିକ ବର୍ଷରେ ୧୬ ଟି୍ରଲିୟନ୍‌ ଋଣ ହେବାର ଆଶା କରାଯାଉଛି । ୨୦୨୨-୨୩ରେ ୧୪.୨ ଟି୍ରଲିୟନ୍‌ ଋଣ ହୋଇଥିଲା । ୪୩ ଅର୍ଥନୀତିଜ୍ଞମାନେ ଏଭଳି ଆକଳନ କରିଛନ୍ତି ।

ଆକଳନ ଅନୁଯାୟୀ ୧୪.୮ ଟି୍ରଲୟନ୍‌ର ୧୭.୨ ଟ୍ରିଲିୟନ୍‌ ମଧ୍ୟରେ ଋଣ ରହିପାରେ । ୨୦୨୩-୨୪ରେ ମୋଟ୍‌ ଋଣ ଏକ ସର୍ବକାଳୀନ ରେର୍ଡ ସୃଷ୍ଟି କରିବ । ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି କ୍ଷମତାକୁ ଆସିଥିଲା । ସେତେବେଳେ ଦେଶର ଋଣ ଭାର ୫.୯୨ ଟିଲିୟନ୍‌ ଥିଲା ।

ଅର୍ଥନୀତିଜ୍ଞ ଧୀରଜ ନିମ୍‌ଙ୍କ କହିବାନୁଯାୟୀ ଋଣ କରିବାର ମୁଖ୍ୟ କାରଣ ହେଉଛି କରାଯାଇଥିବା ପରିଶୋଧ କରିବା ଲାଗି । ଗତ କିଛିବର୍ଷ ହେବ ମହାମାରୀ ପରେ ସରକାର ଋଣ କରିଛନ୍ତି । ଯାହାର ପରିଶୋଧ ଏବେ ବୋଝ ହୋଇଯାଇଛି । ୨୦୨୩-୨୪ରେ ଋଣ ପରିଶୋଧ ବାବଦରେ ୪.୪ ଟି୍ରଲିୟନ୍‌ର ଆବଶ୍ୟକତା ରହିଛି । ଅର୍ଥନୀତିଜ୍ଞଙ୍କ ଆକଳନ ଅନୁଯାୟୀ ୨୦୨୩-୨୪ରେ ବଜେଟ୍‌ରେ ଜିଡିପି ୬.୦%କୁ ହ୍ରାସ ପାଇବ । ଏହି ହାର ମହାମାରୀ ସମୟରେ ଅଧିକ ଥିଲା । ସୁଧ ହାର ବୃଦ୍ଧି ଯୋଗୁ ଋଣ ଭାର ବଢ଼ିଛି ବୋଲି କୁହାଯାଉଛି ।

ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠି ପକ୍ଷରୁ କୁହାଯାଇଛି ଯେ ଗତମାସରେ ଭାରତ ଋଣକୁ ମଧ୍ୟମ ମିଆଦି ଋଣରେ ପରିବର୍ତ୍ତନ କରିବା ଲାଗି ବିଚାର ବିମର୍ଷ ଆରମ୍ଭ କରିଛି । ସଂଘୀୟ ବ୍ୟବସ୍ଥା ଓ ରାଜ୍ୟ ସରକାରଙ୍କ ଉପରେ ଋଣ ଗ୍ରହଣ ବାର୍ଷିକ ସାମଗି୍ରକ ଘରୋଇ ଉତ୍ପାଦର ୮୩% ସହ ସମାନ ହେବ । ଏହି ଅନୁପାତ ଯେ କୌଣସି ବିକାଶଶୀଳ ଅର୍ଥନୀତି ପାଇଁ ଅଧିକ । ବିତ୍ତିୟ ନିଅଣ୍ଟ ଓ ଋଣ ଐତିହାସିକ ଭାବେ ଅଧିକ ରହିବ । ତେଣୁ ଭାରତକୁ ଆର୍ଥିକ ଶୃଙ୍ଖଳାରେ ସମତୁଲ ଆଣିବାକୁ ପଡିବ । ବିଶେଷକରି ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କୁହାଯାଉଛି ।