ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ୪ ବର୍ଷର ନାବାଳିକା ମୃତ
ବସ୍ତା : (ପ୍ରଶାନ୍ତ ସେନାପତି ) ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଗୋପିନାଥପୁର ଗ୍ରାମରେ ଟ୍ରାକ୍ଟର ଧକ୍କାରେ ୪ ବର୍ଷର ନାବାଳିକା ମୃତ୍ୟୁବରଣ କରିଛି । ମୃତ ନାବାଳିକା ଜଣକ ସେହି ଗ୍ରାମର ସେଖ ସମିରୁଦ୍ଦିନଙ୍କ ଝିଅ ଆରୁଖା ଖାତୁନ ବୋଲି ଜଣାପଡିଛି ।
ସୁଚନା ଅନୁଯାୟୀ, ସୁବର୍ଣ୍ଣରେଖା ନଦୀରୁ ପ୍ରତ୍ୟେକ ଦିନ ବେଆଇନ ଭାବେ ବାଲି ଉତ୍ତୋଳନ କରି ଏହି ରାସ୍ତା ଉପରେ ଶହ ଶହ ଡମ୍ପର ଟ୍ରାକ୍ଟର ଦୃତ ଗତିରେ ଯାତାୟାତ କରିଥାଏ । ତେବେ ଆଜି ଅପରାହ୍ନରେ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଦୃତ ଗତିରେ ଯାତାୟାତ କରୁଥିବା ବେଳେ ଏହି ନାବାଳିକା ଉପରେ ଚଢ଼ି ଯାଇଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ତାକୁ ଡାକ୍ତରଖାନା ନେଇଥିଲେ, ମାତ୍ର ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ସେପଟେ ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏହି ଦୁର୍ଘଟଣାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ଦେଖାଦେଇଛି, ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।