ୱେବ୍ ଚ୍ୟାନେଲ ଅଫିସରେ ଚାଲିଥିଲା ଦେହ ବ୍ୟବସାୟ, ୫ ଦେହଜୀବୀ, ୨ ଗ୍ରାହକ ଅଟକ
କଟକ : (ସଂକେତ୍ ଟିଭି) କଟକ ବାଦାମବାଡ଼ି ଥାନା ସୂର୍ଯ୍ଯବିହାର ଲେନରେ ଥିବା ଏକ ଓ୍ବେବ ଚ୍ୟାନେଲ ଅଫିସରେ ପୋଲିସ ଚଢାଉ କରି ସେକ୍ସ ରାକେଟ ଠାବ କରିଛି । ଏହି ଚଢାଉ ସମୟରେ ପୋଲିସ ୫ ଦେହଜୀବୀ ଓ ରାଣୀ ମହୁମାଛି ସମେତ ୨ ଗ୍ରାହକଙ୍କୁ ଅଟକ ରଖିଛି ।
ସୂଚନା ଅନୁସାରେ, ଆଜି ଅପରାହ୍ନରେ ପୋଲିସ ସ୍ପେସିଆଲ ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବରପାଇ ଏହି ଚଢ଼ଉ କରିଥିଲା । ଏବଂ ଚଢ଼ଉ ସମୟରେ ସେହି ଘରୁ ୫ ଜଣ ଦେହଜୀବୀଙ୍କ ସହ ୨ ଗ୍ରାହକଙ୍କୁ ଠାବ କରାଯାଇଛି । ଅଟକ ଥିବା ୫ ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ମଧ୍ୟ ରହିଛି।
ବାଦାମବାଡ଼ି ଥାନା ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ରାଣୀ ମହୁମାଛି କଟକ ନାଁ ବାହାର ତାହାର ଖୋଲତାଡ଼ ଜାରି ରଖିଛି ପୁଲିସ। ବିଶେଷକରି ସେ ୱେବ ଚ୍ୟାନେଲ ଅଫିସକୁ ନେଇ ମଧ୍ୟ ପୁଲିସ ତାର ତଦନ୍ତ ଆରମ୍ଭ କରିଛି ।
କେତେ ଦିନ ପୂର୍ବରୁ ଏହି ଅନୈତିକ କାର୍ଯ୍ୟ ସେ ୱେବ ଚ୍ୟାନେଲ ଅଫିସରେ ଚାଲିଥିଲା। ଆଉ ଏଥିରେ ୱେବ ଚ୍ୟାନେଲର ସମ୍ପୃକ୍ତି ରହିଛି ନାଁ ନାହିଁ ତାହା ତଦନ୍ତ ପରିସର ଭୁକ୍ତ ରହିଛି।