ଆଇପିଏଲରେ ପ୍ରବେଶ କଲେ ଗୌତମ ଆଦାନୀ, ୧୨୯୦ କୋଟି ଟଙ୍କାରେ କିଣିଲେ ଟିମ
ମୁମ୍ବାଇ : (ସଂକେତ୍ ଟିଭି) ଆଦାନୀ ଗ୍ରୁପ୍ ୧୨୯୦ କୋଟି ଟଙ୍କା ବିନିମୟରେ ଗୋଟିଏ ମହିଳା ଆଇପିଏଲ ଟିମ କିଣିଛି । ଆଦାନୀ ସ୍ପୋର୍ଟସଲାଇନ ପ୍ରା. ଲିଃ ପକ୍ଷରୁ ଏହି ଟିମ କିଣାଯାଇଛି । ଟିମର ନାଁ ଏପର୍ଯ୍ଯନ୍ତ ଘୋଷଣା କରାଯାଇନଥିବାବେଳେ ଏହା ଅହମଦାବାଦକୁ ପ୍ରତିନିଧିତ୍ବ କରିବ ।
ମହିଳା ଆଇପିଏଲ ନିଲାମ ବାବଦରେ ବିସିସିଆଇ ମୋଟ ୪୬୬୯.୯୯ କୋଟି ଟଙ୍କା ପାଇବ ବୋଲି ବୁଧବାରଦିନ ବିସିସିଆଇ ସଚିବ ଜୟ ଶାହା ଘୋଷଣା କରିଛନ୍ତି । ଆସନ୍ତା ୧୦ ବର୍ଷରେ ବିସିସିଆଇ ଏହି ରାଶି ପାଇବ । ମହିଳା ଆଇପିଏଲର ଅଫିସିଆଲ ନାଁ ହେବ ଓମେନ୍ସ ପ୍ରିମିୟର ଲିଗ୍ ବା ଡବ୍ଲୁପିଏଲ ।
ଟିମ କିଣିଥିବା ଅନ୍ୟ ସଂସ୍ଥାମାନେ ହେଲେ ରିଲାଏନ୍ସ ଗ୍ରୁପ ଅଧିନସ୍ଥ ମୁମ୍ବାଇ ଇଣ୍ଡିଆନ୍ସ (୯୧୨ କୋଟି) , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୯୦୧ କୋଟି ଟଙ୍କା) , ଜେଏସଡବ୍ଲୁ ଗ୍ରୁବ ଅଧିନସ୍ଥ ଦିଲ୍ଲୀ କ୍ୟାପିଟାଲ୍ସ (୮୧୦ କୋଟି) ଓ କାପ୍ରି ଗ୍ଲୋବାଲ (୭୫୭ କୋଟି ଟଙ୍କା) । କାପ୍ରି ଗ୍ଲୋବାଲ ଲକ୍ଷ୍ନୌ ଟିମ ପାଇଁ ନିଲାମ ଜିତିଛି । ଗତ ସପ୍ତାହରେ ଭାୟାକମ-୧୮ ମହିଳା ଆଇପିଇଏଲର ପ୍ରସାରଣ ଅଧିକାର ୯୫୧ କୋଟିରେ କିଣିଥିଲା ।