ସ୍ୱର୍ଗତ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ଅକାଳ ବିୟୋଗ
କଟକ : (ସଂକେତ୍ ଟିଭି) ପ୍ରସିଦ୍ଧ ସିନେ କଳାକାର ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେଲା ଅକ୍ଲାନ୍ତ ଲିଭର ଜନିତ ସମସ୍ୟା ଯୋଗୁଁ ଚିକିତ୍ସା ହେଉଥିଲେ । ପ୍ରାୟ ୧ ମାସ ହେଲା ଏମ୍ସରେ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ । ହେଲେ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ହଠାତ୍ ଅକ୍ଲାନ୍ତଙ୍କ ପରଲୋକ ହୋଇଯାଇଛି । ଯାହାପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।
ଅକ୍ଲାନ୍ତଙ୍କ ବିୟୋଗ ପରେ ମିହିରଙ୍କ ପରିବାରକୁ ବଡ ଝଟକା ଲାଗିଛ । ୨୦୧୦ରେ ମିହିର ଦାସଙ୍କ ପତ୍ନୀ ଗାୟିକା ତଥା ଚଳଚ୍ଚିତ୍ର କଳାକାର ସଙ୍ଗୀତା ଦାସ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ଏହାପରେ ୨୦୨୧ ମସିହାରେ ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଥିଲା । ଆଉ ଏବେ ତାଙ୍କ ସାନ ପୁଅ ଅକ୍ଲାନ୍ତ ଦାସଙ୍କ ମୃତ୍ୟୁ ହୋଇଯାଇଛି ।
୧୯୯୬ ମସିହା ଅଗଷ୍ଟ ୧୮ରେ ଜନ୍ମଗ୍ରହଣ କରିଥିବା ଅକ୍ଲାନ୍ତ କଟକ ସ୍ଥିତ ଡିଏଭି ସ୍କୁଲରୁ ପାଠ ପଢା ଶେଷ କରିଥିଲେ । ଗତ ଏକ ମାସ ହେବ ତାଙ୍କର ବୃକକ ଜନିତ ସମସ୍ୟା ଥିବାରୁ ଚିକିତ୍ସା ଚାଲିଥିଲା । ବୁଧବାର ଦିନ ସତୀ ଚଉରାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।