କ୍ରିସ୍ ହିପକିଂସ୍ ହେଲେ ନ୍ୟୁଜିଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ

ୱେଲିଂଟନ: (ସଂକେତ୍ ଟିଭି) ୪୪ ବର୍ଷିୟ କ୍ରିସ୍ ହିପକିଂସ୍ ନ୍ୟୁଜିଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ରୂପେ ଶପଥ ପାଠ କରିଛନ୍ତି। ଗତ ସପ୍ତାହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନଙ୍କ ଇସ୍ତଫା ପରେ ବୁଧବାର ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଗତ ରବିବାର ଲେବରପାର୍ଟି ହିପକିଂସଙ୍କୁ ମନୋନୀତ କରିଥିଲା। ପ୍ରଧାନମନ୍ତ୍ରୀ ହେବା ପରେ ହିପକିଂସ୍ ୮ ମାସରୁ କମ ସମୟ ଲାଗି ଦାଇତ୍ୱ ତୁଲାଇବେ। ଏହା ପରେ ଦେଶର ସାଧାରଣ ନିର୍ବାଚନ ହେବ। ଦେଶରେ ନିର୍ବାଚନ ଲାଗି ଲେବର ପାର୍ଟି ପ୍ରତିଦ୍ୱନ୍ଦ୍ୱୀ ନ୍ୟାସନାଲ ପାର୍ଟି ଠାରୁ ବେଶ୍‌ ଭଲ ସ୍ଥିତିରେ ଅଛି।