ବିଧବା ବୋହୂର ଦ୍ବିତୀୟ ବିବାହ କରାଇଲେ ପୂର୍ବତନ ବିଧାୟକ ନବୀନ ନନ୍ଦ
ଭୁବନେଶ୍ବର : (ସଂକେତ୍ ଟିଭି) ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ତାଙ୍କ ବିଧବା ବୋହୂ ମଧୁସ୍ମିତାଙ୍କର ଦ୍ବିତୀୟ ବିବାହ କରାଇ ଉଦାହରଣ ସୃଷ୍ଟି କରିଛନ୍ତି । ୨୦୨୧ ମସିହା ମେ ମାସରେ କରୋନାରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କର ମୃତ୍ୟୁ ଘଟିଥିଲା। ପୁଅ ସମ୍ବିତ ନନ୍ଦଙ୍କ ମୃତ୍ୟୁ ପରେ ମଧୁସ୍ମିତା ବିଧବା ହୋଇଯାଇଥିଲେ ।
ଭୁବନେଶ୍ବରର ନୂଆପଲ୍ଲୀସ୍ଥିତ ଲକ୍ଷ୍ମୀ ମନ୍ଦିର ପରିସରରେ ଅତି ନିରଡ଼ମ୍ବର ଭାବେ ଏହି ବିବାହର ଅୟୋଜନ ହୋଇଥିଲା। ମଧୁସ୍ମିତାଙ୍କ ବିବାହ ବାଲେଶ୍ବରର ରେମୁଣା ନିବାସୀ ସ୍ବର୍ଗତଃ କିଶୋର ଚନ୍ଦ୍ର ପତିଙ୍କ ଏକମାତ୍ର ପୁତ୍ର ଶିବ ଚନ୍ଦନଙ୍କ ସହ ହୋଇଛି।
ବିବାହ ଉତ୍ସବରେ ସମ୍ବିତ ନନ୍ଦଙ୍କ ପତ୍ନୀ ରଞ୍ଜିତା, ମଧୁସ୍ମିତାଙ୍କ ବାପା, ମଧୁସ୍ମିତାଙ୍କ ୨ ଭାଇ, ସୌମ୍ୟରଞ୍ଜନ ଓ ରଶ୍ମିରଞ୍ଜନ ଉପସ୍ଥିତ ଥିଲେ। ମଧୁସ୍ମିତାଙ୍କ ବାପା ନିଳମଣି ପଣ୍ଡାଙ୍କ ସମ୍ମତିକ୍ରମେ ଏହି ବିବାହ ସଂପନ୍ନ ହୋଇଛି।
ନବୀନ ଏହି ବିବାହ ସଂପର୍କରେ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ରେ ସୂଚନା ଦେଇଛନ୍ତି। ଜାତୀୟ କନ୍ୟା ଦିବସ ଅବସରରେ ନବୀନ ନିଜ ବୋହୂର ଦ୍ଵିତୀୟ ବିବାହ କରାଇ ପ୍ରଶଂସାର ପାତ୍ର ସାଜିଛନ୍ତି । ହିନ୍ଦୁ ରୀତିନୀତିରୁ ଆଗକୁ ଯାଇ ସେ ତାଙ୍କ ବିଧବା ବୋହୂଙ୍କ ଭବିଷ୍ୟତ କଥା ଚିନ୍ତା କରିଥିବାରୁ ଦିନଟି ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।