ମାତ୍ର ୪୫ ଦିନରେ ପହଞ୍ଚି ହେବ ମଙ୍ଗଳ ଗ୍ରହ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ବିଶ୍ୱର ଅନେକ ଦେଶ ମଙ୍ଗଳକୁ ମାନବ ପ୍ରେରଣ ଲାଗି ପ୍ରସ୍ତୁତି ଜାରି ରଖିଛନ୍ତି । ଆମେରିକା ମହାକାଶ ସଂସ୍ଥା ନାସାର ତଥ୍ୟ ଅନୁଯାୟୀ ପୃଥିବୀରୁ ମଙ୍ଗଳରେ ପହଞ୍ଚିବା ଲାଗି ୭ମାସ ସମୟ ଲାଗିଥାଏ । ମଙ୍ଗଳକୁ ଏ ପର୍ଯ୍ୟନ୍ତ ଯାଇଥିବା ସମସ୍ତ ରକେଟ୍କୁ ପ୍ରାୟତଃ ଏତିକି ସମୟ ହିଁ ଲାଗିଛି । କିନ୍ତୁ ଏବେ ଏକ ନୂତନ ଟେକ୍ନୋଲଜି ମାଧ୍ୟମରେ ଏହି ଯାତ୍ରା ମାତ୍ର ୪୫ ଦିନରେ ସଂପନ୍ନ ହେବ ।
ଏହି ନୂଆ ଟେକ୍ନୋଲଜିର ନାମ ନ୍ୟୁକ୍ଲିୟର ଥର୍ମାଲ ଆଣ୍ଡ ନ୍ୟୁକ୍ଲିୟର ଇଲେକଫ୍ରିକ୍ ପ୍ରପଲସନ୍ । ସରଳ ଅର୍ଥରେ କହିଲେ ନାସା ମାନବ ମଙ୍ଗଳ ମିଶନ ଲାଗି ଏପରି ଏକ ରକେଟ୍ ପ୍ରସ୍ତୁତ କରିବାକୁ ଯାଉଛି ଯେଉଁଥିରେ ପରମାଣୁ ଇନ୍ଧନର ଉପଯୋଗ କରାଯିବ । ଏହି ରକେଟ୍ ନିର୍ମାଣରେ ଦୁଇଟି ଟେକନିକ୍ର ଉପଯୋଗ କରାଯିବ । ପ୍ରଥମ ଟେକନିକ୍ ହେଉଛି ନ୍ୟୁକ୍ଲିୟର ଥର୍ମାଲ ପ୍ରପଲସନ୍ ଯେଉଁଥିରେ ନ୍ୟୁକ୍ଲିୟର ରିଆକ୍ଟର ରହିଛି ।
୧୯୫୫ରେ ଆମେରିକା ଏୟାରଫୋର୍ସ ଆଣ୍ଡ ଆଟୋମିକ୍ ଏନର୍ଜି କମିଶନ ଏପରି ପ୍ରପଲସନ୍ ସିଷ୍ଟମ ପ୍ରସ୍ତୁତି ଲାଗି ଚେଷ୍ଟା କରିଥିଲେ । ଦ୍ୱିତୀୟ ଟେକନିକ୍ ହେଉଛି ନ୍ୟୁକ୍ଲିୟର ଇଲେକଫ୍ରିକ୍ ପ୍ରପଲସନ୍ । ଏହି ଟେକନିକ୍ରେ ନ୍ୟୁକ୍ଲିୟର ରିଆକଫର ଆୟନ ଇଂଜିନକୁ ଇଲେକଫ୍ରିସିଟି ଦେଇଥାଏ ଯାହା ଦ୍ୱାରା ଇଲେକେଫ୍ରାମ୍ୟାଗନେଟିକ୍ କ୍ଷେତ୍ର ସୃଷ୍ଟି ହୋଇଥାଏ । ଏହା ଜେନନ ଗ୍ୟାସ୍ ସୃଷ୍ଟି କରି ଦ୍ରୁତ ଗତିରେ ରକେଟ୍କୁ ଆଗକୁ ବଢିବାକୁ ଶକ୍ତି ଦେଇଥାଏ । ଏହି ନୂଆ ଟେକ୍ନୋଲଜି ଜରିଆରେ ବୈଜ୍ଞାନିକମାନେ ରକେଟ୍ର ଗତିକୁ ୨ ଗୁଣ ଅଧିକ ବଢାଇ ପାରିବେ ।
ରକେଟ୍ ତିଆରି କରିବାର ଏହି ନୂଆ ଆଇଡିଆ ଫ୍ଲୋରିଡା ୟୁନିଭରସିଟିର ହାଇପରସୋନିକ୍ସ ପ୍ରୋଗ୍ରାମର ମୁଖ୍ୟ ପ୍ରଫେସର ରେୟାନ ଗୋସେ ପ୍ରଦାନ କରିଛନ୍ତି । ନୂତନ ଟେକନିକ୍ ଜରିଆରେ ମଙ୍ଗଳକୁ ଯାତ୍ରା ସହଜ ଓ ସମୟସାପେକ୍ଷ ହୋଇଯିବ । ପୂର୍ବରୁ ଏଥିଲାଗି ୭ରୁ ୯ମାସ ଲାଗୁଥିବା ବେଳେ ନୂତନ ଟେକନିକ୍ରେ ତିଆରି ରକେଟ୍ ଜରିଆରେ ମାତ୍ର ୫ରୁ ୬ ସପ୍ତାହ ସମୟ ଲାଗିବ ।