EntertainmentLatest

ପୁଣି ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଟାର୍ଗେଟ୍‌ କଲେ କଙ୍ଗନା ରାଣାୱତ

ମୁମ୍ବାଇ : (ସଂକେତ୍ ଟିଭି) ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ପ୍ରାୟ ଦେଢ ବର୍ଷ ପରେ ପୁଣି ଟ୍ୱିଟରକୁ ଫେରିଛନ୍ତି । ଟ୍ୱିଟରକୁ ଫେରିବା ପରେ ସେ ପୁଣି ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଟାର୍ଗେଟ୍‌ କରିଛନ୍ତି । ଯଦିଓ ଅଭିନେତ୍ରୀ କାହାର ନାଁ ନେଇନାହାନ୍ତି ତଥାପି ତାଙ୍କ ଟୁଇଟ୍‌କୁ ଦେଖି ଏହା ଲାଗୁଛି ଯେ, ସେ ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନକୁ ହିଁ ଟାର୍ଗେଟ୍‌ କରିଛନ୍ତି ।

କଙ୍ଗନା ଟୁଇଟ୍‌ କରିଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରୀ ମୂର୍ଖ ଯେଉଁଠି ଏକ ପ୍ରୋଜେକଫର ସଫଳତା ପଇସାରେ ହିଁ ମୂଲ୍ୟାୟନ କରାଯାଏ । କଙ୍ଗନାଙ୍କ ଏହି ଟିପ୍ପଣୀ ଶାହରୁଖ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପଠାନ୍‌ର ରିଲିଜ୍‌ ଦିନ ହିଁ ଆସିଛି । କଙ୍ଗନା କହିଛନ୍ତି କୌଣସି ବି ପ୍ରୟାସ, ସୃଜନ, କଳାର ସଫଳତା ପରେ ସେମାନେ ଆପଣଙ୍କ ମୁହଁ ଉପରକୁ ଆୟର ହିସାବ ଫିଙ୍ଗିଥାନ୍ତି ଯେପରିକି କଳାର ଅନ୍ୟ କୌଣସି ଉଦ୍ଦେଶ୍ୟ ହିଁ ନାହିଁ । ଏଥିରୁ ସେମାନଙ୍କ ସଂକୀର୍ଣ୍ଣ ମାନସିକତା ବାରି ହୋଇ ପଡୁଛି ।

ଅନ୍ୟ ଇଣ୍ଡଷ୍ଟ୍ରୀ ପରି ସିନେମା ଇଣ୍ଡଷ୍ଟ୍ରୀର ପ୍ରମୁଖ ଉଦ୍ଦେଶ୍ୟ ନୁହେଁ ଆର୍ଥିକ ଲାଭ । ଏହି କାରଣରୁ କଳାକାରଙ୍କ ପୂଜା କରାଯାଉଛି । ପ୍ରଥମେ କଳା ମନ୍ଦିରରେ ପରିପ୍ରକାଶ ପାଉଥିଲା ଓ ପରେ ଏହା ସାହିତ୍ୟ, ଥିଏଟର ଓ ସିନେମାଘରେ ପହଞ୍ଚିଲା । ଏହା ଏକ ଇଣ୍ଡଷ୍ଟ୍ରୀ ହେଲେ ବି ଅନ୍ୟ ବିଲିୟନ/ଟ୍ରିଲିୟନ ଡଲାର ଇଣ୍ଡଷ୍ଟ୍ରୀ ପରି ଆର୍ଥିକ ଲାଭ ଉଦ୍ଦେଶ୍ୟରେ ସ୍ଥାପନ କରାଯାଇ ନାହିଁ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ୨୦୧୯ର ଫିଲ୍ମ ମଣିକର୍ଣ୍ଣିକା: ଦି କୁଇନ୍‌ ଅଫ୍‌ ଝାନ୍‌ସୀ ପରେ କଙ୍ଗନାଙ୍କୁ ଆଉ କୌଣସି ପ୍ରୋଜେକଫରେ ସଫଳତା ମିଳିନାହିଁ । ପଙ୍ଗା, ଥଲାଇବି ପରି ଫିଲ୍ମ ବକ୍ସ ଅଫିସ୍‌ରେ ଆଶାଜନକ ପ୍ରଦର୍ଶନ କରିପାରି ନାହିଁ । ଗତ ବର୍ଷରୁ କଙ୍ଗନା ନିଜସ୍ୱ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ଇମରଜେନ୍ସି ଉପରେ କାମ କରୁଛନ୍ତି । ଫିଲ୍ମରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

ସେପଟେ ବୁଧବାର ଦିନ କଙ୍ଗନା ସାମ୍ବାଦିକମାନଙ୍କୁ ପଠାନ ଫିଲ୍ମ ପାଇଁ ଶାହାରୁଖ ଏବଂ ଦୀପିକାଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ପଠାନ ଫିଲ୍ଲ ବକ୍ସ ଅଫିସରେ ଭଲ କରୁଛି । ମୁଁ ଆଶା କରୁଛି ଯେ ଯେଉଁମାନେ ବଲିଉଡରେ କାମ କରୁଛନ୍ତି , ସେମାନେ ବର୍ତ୍ତମାନ ପଛରେ ପଡିଥିବା ବଲିଉଡ ଫିଲ୍ମ ଇଣ୍ଡଷ୍ଟିକୁ ଆଗକୁ ନେବାକୁ ଚେଷ୍ଟା କରନ୍ତୁ ।