ଆଇବିଏମରେ ଛଟେଇ ହେବେ ୩୯୦୦ କର୍ମଚାରୀ
ନୂଆଦିଲ୍ଲୀ : (ସଂକେତ୍ ଟିଭି) ମେଟା, ଟୁଇଟର, ଆମାଜନ, ଗୁଗୁଲ ପରେ ଟେକ୍ କମ୍ପାନୀ ଆଇବିଏମ୍ ରେ ଏବେ ଛଟେଇ ପର୍ବ ଆରମ୍ଭ ହୋଇଛି । ଆଇବିଏମ ପ୍ରାୟ ୩୯୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ଘୋଷଣା କରିଛି। ଅଧିକ ନିବେଶ ପାଇଁ କର୍ମଚାରୀ ଛଟେଇ କରାଯାଉଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ।
ଆଇବିଏମ ବୁଧବାର ଛଟେଇ ଘୋଷଣା କରିଛି । ନିଜ ସମ୍ପତ୍ତ କିଛି ଅଂଶ ନିବେଶ କରିବା ଉଦ୍ଦେଶ୍ଯରେ ଛଟେଇ ନିଷ୍ପତ୍ତି ନିଆଯାଇଛି ବୋଲି ସିଏଫଓ କହିଛନ୍ତି । ୨୦୨୨ ଆର୍ଥିକ ବର୍ଷର ଚତୁର୍ଥ କ୍ବାର୍ଟରରେ କ୍ଷତି ସହିବା ପରେ ଛଟେଇ ଘୋଷଣା କରାଯାଇଛି ।
କମ୍ପାନୀ ଚିଫ୍ ଫାଇନାନ୍ସ ଅଧିକାରୀ ଜେମ୍ସ କ୍ୟାବନାଗଙ୍କ କହିବା ମୁତାବକ, ଆଇବିଏମ କ୍ଲାଇଣ୍ଟ-ଫେସିଙ୍ଗି ରିସର୍ଚ୍ଚ ଏବଂ ଡେଭଲମେଣ୍ଟରେ ଭର୍ତ୍ତି କରିବାକୁ ପ୍ରତିଶୃତି ବଦ୍ଧ । ଛଟେଇ ଘୋଷଣା ପରେ କମ୍ପାନୀର ୨ପ୍ରତିଶତ ସେୟାର ହ୍ରାସ ପାଇଛି । କର୍ମଚାରୀଙ୍କୁ ଛଟେଇ ଓ ମୁକ୍ତ ନଗଦ କାରବାର ଯୋଗୁ ସେୟାର ପ୍ରଭାବିତ ହେଉଥିବା ବିଶେଷଜ୍ଞ ମତ ଦେଇଛନ୍ତି । କମ୍ପାନୀ କାର୍ଯ୍ୟବଳର ଛଟେଇ ହୋଇଥିବା କର୍ମଚାରୀ ମାତ୍ର ୧.୫% ।