FeaturedLatestSports

ନ୍ୟୁଜିଲାଣ୍ଡକୁ ହରାଇ ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ୧୯ ବର୍ଷରୁ କମ୍ ଟି-୨୦ ମହିଳା ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇ ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ଏହି ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା।

ଦକ୍ଷିଣ ଆଫ୍ରିକାର ପଚେଷ୍ଟ୍ରମରେ ଖେଳାଯାଇଥିବା ଆଜିର ସେମି ଫାଇନାଲ ମ୍ୟାଚ୍‌ରେ ଭାରତ ଏକତରଫା ଭାବେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ତ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ମାତ୍ର ୧୦୭ ରନ କରିଥିଲା। ୧୦୮ ରନର ବିଜୟଲକ୍ଷ୍ୟକୁ ଭାରତୀୟ ଦଳ ଅତି ସହଜରେ ହାସଲ କରି ନେଇଥିଲା । ଟିମ ଇଣ୍ଡିଆ ମାତ୍ର ୧୪.୨ ଓଭରରେ ୨ଟି ୱିକେଟ ହରାଇ ଏହି ବିଜୟଲକ୍ଷ୍ୟ ହାସଲ କରିଥିଲା । ଭାରତୀୟ ମହିଳା ଦଳର ଓପନର ଶ୍ୱେତା ଶେରାୱତଙ୍କ ୪୫ ବଲରେ ଅପରାଜିତ ୬୧ ରନ ବଳରେ ୨ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି। ଭାରତୀୟ ମହିଳା ଦଳକୁ ଫାଇନାଲ ଟିକେଟ ପାଇଁ ୩୫ ବଲରେ ୨ ରନ ଦରକାର ଥିବା ବେଳେ ଶ୍ୱେତା ଦମଦାର ଚୌକା ସହ ବିଜୟ ମୁଣ୍ଡି ମାରିଥିଲେ। ଭାରତ ପକ୍ଷରୁ ପାଶ୍ୱୀର୍ ଚୋପ୍ରା ୨୦ ରନ ବିନିମୟରେ ୩ଟି ୱିକେଟ ହାସଲ କରିଥିବା ବେଳେ ଟି.ସାଧୁ, ମନ୍ନତ କଶ୍ୟପ, ଶେଫାଳୀ ବର୍ମା, ଅର୍ଚ୍ଚନା ଦେବୀ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।