ବାଲେଶ୍ବର ଜିଲ୍ଲା ସମସ୍ତ ବ୍ଲକରେ ବେଧଡକ ଚାଲିଛି ପିସି କାରବାର, ନୀଳଗିରି ସର୍ବାଧିକ
ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲାର ସମସ୍ତ ବ୍ଲକରେ ପିସି ( ପର୍ସଣ୍ଟେଜ) କମିଶନ କାରବାର ଚରମ ସୀମାରେ ପହଞ୍ଚିଛି । ସରକାରୀ ବାବୁମାନଙ୍କ ଏଥିପାଇଁ କାହାକୁ ଡରୁ ନାହାଁନ୍ତି । ଖୋଲା ଖୋଲି ଭାବରେ ଠିକାଦାର ତଥା ଭେଣ୍ଡରମାନଙ୍କୁ ପିସି ମାଗୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାର ସମସ୍ତ ବ୍ଲକରେ 10 ପରସେଣ୍ଟ ପିସି ଚାଲିଥିବାବେଳେ ନୀଳଗିରିରେ ଏହା 12 ପରସେଣ୍ଟ ଚାଲିଥିବା ଜଣାପଡିଛି ।
ସୂଚନା ଅନୁସାରେ, ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ପାଇଁ ବ୍ଲକ ଗୁଡିକୁ କୋଟି କୋଟି ଟଙ୍କାର ପାଣ୍ଠି ଦେଇଥାନ୍ତି । ଠିକାଦାରମାନଙ୍କ ମାଧ୍ୟମରେ ଏହି କାର୍ଯ୍ଯ କରାଯାଉଥିବାବେଳେ ବିଭିନ୍ନ ସାମଗ୍ରୀ ଭେଣ୍ଡର ମାନଙ୍କଠାରୁ କିଣାଯାଇଥାଏ । ଏଥି ପାଇଁ ଅଧିକାଂଶ କ୍ଷେତ୍ରରେ ଟେଣ୍ଡର ଆହ୍ବାନ କରାଯାଇଥାଏ । ଏପରିକି ବିନା ଟେଣ୍ଡରରେ ମଧ୍ଯ କିଛି ସାମଗ୍ରୀ କିଣାଯାଉଥିବାବେଳେ କିଛି ଠିକାକାମ ମଧ୍ଯ କରାଯାଇଥାଏ ।
ତେବେ ଏହି କାର୍ଯ୍ଯ ପାଇଁ ସରକାରୀ ବାବୁ ମାନେ ଠିକାଦାର ଏବଂ ଭେଣ୍ଡରମାନଙ୍କଠାରୁ ଜୋର ଜବରଦସ୍ତ ପିସି ନେଇଥାନ୍ତି । ତେବେ ବାଲେଶ୍ବର ଜିଲ୍ଲାର ବ୍ଲକମାନଙ୍କରେ ଏବେ 10 % ( ପିସି) ଚାଲିଥିବା ଜଣାପଡିଛି । ତେବେ ଆସନ୍ତୁ ଜାଣିବା କେଉଁ ସରକାରୀ ବାବୁ କେତେ ପିସି ନେଇଥାନ୍ତି । ଏଥିରେ ସବୁଠାରୁ ବଡଭାଗ ଯାଇଥାଏ ଜେଇ ( କନିଷ୍ଠ ଯନ୍ତ୍ରୀ)ଙ୍କ ପାଖକୁ । ସେ ନେଇଥାନ୍ତି 2ରୁ 3 % । ଏହା ପରେ ବିଡିଓ 1%, ଏସିଷ୍ଟାଣ୍ଡ ଇଞ୍ଜିନିୟର 1%, ହେଡକ୍ଲର୍କ 1%, ଡେଭଲପମେଣ୍ଟ କ୍ଲର୍କ 1%, କେସିଅର 1%, ଏକାଉଣ୍ଟେଣ୍ଡ 0.5%, ଅଫିସ ଏକ୍ସପେନ୍ସ 1%, ଡାଟାଏଣ୍ଟ୍ରି ଅପରେଟର 0.5% ।
ତେବେ ଏହି ହିସାବ ନୀଳଗିରିରେ ଚାଲିନଥାଏ । ନୀଳଗିରି ବ୍ଲକରେ ସରକାରୀ ବାବୁ ମାନେ ଅଧିକ 2% ଚାର୍ଜ କରିଥାନ୍ତି । ତେବେ ପଚାରିଲେ ସେମାନେ କୁହନ୍ତି ଯେ ସେମାନଙ୍କୁ ସାମ୍ବାଦିକମାନଙ୍କ କଥା ମଧ୍ଯ ବୁଝିବାକୁ ପଡୁଛି ।
ରାଜ୍ୟରେ ଥିବା ନବୀନ ସରକାର ପିସି କାରବାର ରୋକିବାକୁ 5ଟି, ମୋ ସରକାର ଗଠନ କରିଛନ୍ତି । ଏମିତିକି ପିସି ରୋକିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ହେଲେ ଏବେ ଲାଗୁଛି, ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ ରାଜ୍ୟରେ ତୃଣମୂଳ ସ୍ତରରୁ ଆରମ୍ଭ କରି ବଡ଼ ଅଧିକାରୀ ଯାଏଁ ସଭିଏଁ ଲାଞ୍ଚଖୋର୍ ହୋଇପଡ଼ିଛନ୍ତି । ପିସି ନ ଦେଲେ, ଫାଇଲ ଆଗଉନି, କାମ ହେଉନି। ଫଳରେ ପ୍ରତିଦିନ ଏମିତି ଲାଞ୍ଚୁଆ ଅଫିସରଙ୍କ ଘଟଣା ସାମ୍ନାକୁ ଆସୁଛି।
ବିଜେପି ପକ୍ଷରୁ ଗତ ବର୍ଷ ଜୁଲାଇ ମାସରେ ଦିଆଯାଇଥିବା ପିସି କାରବାର ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ସରଗରମ ଆଲୋଚନା ହୋଇଛି। ଆଲୋଚନା ବେଳେ ବିରୋଧୀଙ୍କ ଅଭିଯୋଗ କରିଥିଲେ ଯେ ରାଜ୍ୟରେ ପିସି କାରବାର ଭୟାବହ ରୋଗରେ ପରିଣତ ହୋଇଛି। ସବୁ ବର୍ଗର ଅଧିକାରୀ ଏଥିରେ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟପ ପିସି କହିବା ଦିନଠୁ ରାଜ୍ୟରେ ପିସି କାରବାର ଅଧିକ ବଢିଛି। ଶୂନ୍ୟ ସହନଶୀଳତା କଥା କେବଳ ନିର୍ମଳ ଭାବମୂର୍ତ୍ତି ଗଠନ କରିବା ପାଇଁ। ଏହି ଶବ୍ଦ ମୁଖ୍ୟମନ୍ତ୍ରୀ ଭାବମୂର୍ତ୍ତି ଗଠନ କରିବା ପାଇଁ ଆମୋଘ ଅସ୍ତ୍ର ହୋଇଛି। ବିଜେଡି ସରକାର ନୁହେଁ ବରଂ ଏହା ପିସି ସରକାର କହି ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି ।