ସ୍କୁଲରେ ଖେଳୁଥିବା ସମୟରେ ୧୫ରୁ ଉର୍ଦ୍ଧ୍ବ ଛାତ୍ରୀ ଗୁରୁତର
ବାଲେଶ୍ବର : (ସଂକେତ୍ ଟିଭି) ବାଲେଶ୍ବର ଜିଲା ସୋର ମ୍ୟୁନିସିପାଲଟିର ଥିବା ବଡ଼ଖୁରୀ ୟୁଜିଏମଇ ସ୍କୁଲରେ ମ୍ୟୁଜିକ ଚେୟାର ଖେଳୁଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଛାତ୍ରୀ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ତୁରନ୍ତ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ମଧ୍ୟରୁ ୨ ଜଣଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଅନୁସାରେ, ଆଜି ସକାଳେ ବିଦ୍ୟାଳୟରେ ଖେଳ ପ୍ରତିଯୋଗିତା ପାଇଁ ପୂର୍ବ ପ୍ରସ୍ତୁତି ଚାଲିଥିବା ବେଳେ ସମୟରେ ହଠାତ୍ ୧୫ ରୁ ଉର୍ଦ୍ଧ୍ବ ଛାତ୍ରୀ ଛାତିରେ ଯନ୍ତ୍ରଣା ହେବାରୁ ଅଚେତ୍ ହୋଇ ପଡିଥିଲେ । ବିଦ୍ୟାଳୟର ଶିକ୍ଷକ ଓ ସ୍ଥାନୀୟ ଲୋକେ ଛାତ୍ରୀ ମାନଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ୩ଟି ୧୦୮ ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ବେଳେ ଅଭିଭାବକ ମାନେ ଖବର ପାଇ ସ୍କୁଲରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିଲେ ।ସେଠାରେ ୨ ଜଣଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଅନେକ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଡିସ୍ଚାର୍ଜ କରାଯାଇଛି। ସମସ୍ତ ଛାତ୍ରୀ ତୃତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ରହିଛନ୍ତି। ତେବେ ମଧ୍ୟାହ୍ନ ଭୋଜନ ଖାଇବାପରେ ଏଭଳି ଘଟିଥିବା ସନ୍ଦେହ କରାଯାଉଛି।