ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ; ଡାକ୍ତର ଦମ୍ପତି ସମେତ ୬ ମୃତ
ରାଞ୍ଚି : (ସଂକେତ୍ ଟିଭି) ଝାଡ଼ଖଣ୍ଡର ଧାନବାଦ ଅନ୍ତର୍ଗତ ପୁରୁଣା ବଜାରସ୍ଥିତ ହଜ୍ରା ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ଶ୍ବାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ଅନ୍ୟୂନ ୬ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଘଟଣାସ୍ଥଳରୁ ୯ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି।
ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, ଡାକ୍ତର ବିକାଶ ହଜ୍ରା ଓ ତାଙ୍କ ପତ୍ନୀ ଡାକ୍ତର ପ୍ରେମା ହଜ୍ରା ଏବଂ ଡାକ୍ତରଖାନାର ଅନ୍ୟାନ୍ୟ କର୍ମଚାରୀ।
ସର୍ଟ ସର୍କିଟ୍ ଯୋଗୁଁ ଡାକ୍ତରଖାନାର ଦ୍ବିତୀୟ ତାଲାରେ ନିଆଁ ଲାଗିଥିଲା ବୋଲି ସୂଚନା ମିଳିଛି। ଏହାପରେ, ନିଆଁ କ୍ରମଶଃ ପ୍ରଥମ ତାଲାକୁ ବ୍ୟାପିଥିଲା। ତେଣୁ, ପ୍ରଥମ ତାଲାରେ ଶୋଇଥିବା ଲୋକମାନଙ୍କର ଆଉ ରକ୍ଷା ପାଇବାର ଉପାୟ ନ ଥିଲା।