ଆଦାନୀ ଡୁବିଲେ ବୁଡିଯିବ କି ଆପଣଙ୍କ LIC ଟଙ୍କା
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆମେରିକାର ଏକ ସର୍ଟ ସେଲର ରିସର୍ଚ୍ଚ ଫାର୍ମ ହିଣ୍ଡନବର୍ଗ ଆଦାନି ଗ୍ରୁପ୍ ବିରୋଧରେ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତୀୟ ସେୟାର ବଜାର ପୁରା ଦୋହଲି ଯାଇଛି । ଏଥିଯୋଗୁଁ ଅଦାନୀ ଗ୍ରୁପର ୯ଟି ତାଲିକାଭୁକ୍ତ କମ୍ପାନୀର ସେୟାର ହ୍ରାସ ପାଇବାରେ ଲାଗିଛି । ଗତ ୨ଟି ଟ୍ରେଡିଂ ସେସନ, ସମସ୍ତ ଆଦାନୀ କମ୍ପାନୀର ସେୟାରରେ ୧୯% ରୁ ୨୭% ହ୍ରାସ ଘଟିଛି |
ତେବେ ହିଣ୍ଡନବର୍ଗ ରିପୋର୍ଟ-
ହିଣ୍ଡନବର୍ଗ ରିସର୍ଚ୍ଚ ଅନୁସାରେ ଅଦାନୀ ଗ୍ରୁପ ସେୟାରକୁ ବୃଦ୍ଧି କରିବା ପାଇଁ ପରିବାରର ଟଙ୍କାକୁ ବିଦେଶରେ ନିବେଶ କରୁଥିଲା । ଅର୍ଥାତ କମ୍ପାନୀର ଟଙ୍କାକୁ ବିଦେଶକୁ ପଠାଯାଉଥିଲା ଏବଂ ସେହି ଟଙ୍କାକୁ ପୁଣି ବିଭିନ୍ନ ମାଧ୍ୟମରେ ଭାରତରେ ଥିବା କମ୍ପାନୀର ସେୟାରରେ ନିବେଶ କରାଯାଉଥିଲା ।
ସେହିଭଳି ଅଦାନୀ ଗ୍ରୁପର ସେୟାରର ଦର ବଢାଇ ରଖିବା ପାଇଁ ଅପରେଟରଙ୍କ ବ୍ୟବହାର କରୁଛି । ବଜାରରେ ଥିବା ବଡ ବଡ ଅପରେଟରଙ୍କୁ ଏଥିପାଇଁ କମ୍ପାନୀ ବ୍ୟବହାର କରୁଛି ।
ତୃତୀୟରେ ଯଦି ଦେଖିବା ଅଦାନୀ କମ୍ପାନୀ ଭୁଲ ଉପାୟରେ ଟଙ୍କାକୁ ବିଦେଶକୁ ପଠାଇଥିଲା ଏବଂ ନିଜ କାରବାରକୁ ବଢାଇ ଚଢାଇ ଦେଖାଇଥିଲା । ସଂଖ୍ୟା ଦୃଷ୍ଟିରୁ ଏହାକୁ ଅଧିକ ଦେଖାଯାଇଥିଲା ।
ଚତୁର୍ଥରେ ପରିବାରର ଅନେକ ସଦସ୍ୟ ବିବାଦରେ ଜଡିତ ରହିଥିଲେ । ଏବଂ ଏମାନଙ୍କ ମଧ୍ୟରୁ ଅନେକ ଜଣ ଗିରଫ ମଧ୍ୟ ହୋଇଛନ୍ତି । କିଛି ସ୍ଥାନରେ କଷ୍ଟମର ମାମଲା ଥିବା ବେଳେ କିଛି ସ୍ଥାନରେ ଅନ୍ୟକିଛି ମାମଲାରେ ସମସ୍ତେ ଛନ୍ଦି ହୋଇଯାଇଛନ୍ତି ।
ଏହା ସହ ବ୍ୟାଙ୍କର ଖାତା ଗୁଡିକ ମଧ୍ୟ ଠିକ୍ ନାହିଁ । ଯେଉଁ କାରଣରୁ ଗତ ୮ ବର୍ଷରେ କମ୍ପାନୀର ୪ ଜଣ ସିଏଫଓ ଇସ୍ତଫା ଦେଇସାରିଛନ୍ତି । ହିଣ୍ଡନବର୍ଗ ନିଜର ରିପୋର୍ଟ ଏହି ସବୁ ଅଭିଯୋଗ ଅଦାନୀ କମ୍ପାନୀ ବିରୋଧରେ ଆଣିଛି ।
ସେପଟେ ଏକ ଫାଇଲିଂ ଅନୁଯାୟୀ, ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଦ୍ୱାରା ୨୦,୪୦୬ କୋଟି (୨.୫ ବିଲିୟନ ଡ଼ଲାର୍) ରେ ନୂତନ ଏଫପିଓରେ ଆଙ୍କର୍ ନିବେଶକ ଭାବରେ LIC ପ୍ରାୟ ୩୦୨ କୋଟି (୩୭ ମିଲିୟନ୍ ଡଲାର୍) ନିବେଶ କରିବାକୁଯାଉଛି । ଏହି ନିବେଶ ପରେ କମ୍ପାନୀରେ LIC ର ଅଂଶଧନ ୪.୨୩ ପ୍ରତିଶତ ହେବ । ଏଭଳି ପରିସ୍ଥିତିରେ ଭୟ ହେଉଛି ଯେ ଯଦି ଆଦାନୀ ଗ୍ରୁପ ବୁଡ଼ିଯାଏ, ତେବେ LIC ସହିତ କ’ଣ ହେବ? LIC ଡୁବିଯିବ ନାହିଁ ତ?
ସମଗ୍ର ଭାରତରେ ୨୫୦ ନିୟୁତ ପଲିସିଧାରୀ ଓ ଦେଶର ମ୍ୟୁଚୁଆଲ୍ ଫଣ୍ଡ ଇଣ୍ଡଷ୍ଟ୍ରି ପରି ପରିଚାଳନା ଅଧୀନରେ ଥିବା ସମ୍ପତ୍ତି ସହିତ, LIC ହେଉଛି ଭାରତର ଅନ୍ୟତମ ବ୍ୟବସ୍ଥାପିତ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ବିବେଚିତ ଆଦାନୀ ଗ୍ରୁପ୍ ପାଇଁ LIC ର ବିପଦ ମଧ୍ୟ ଟାଇକୋନଙ୍କ ରାଜନୈତିକ ଆଭିମୁଖ୍ୟର ପ୍ରତୀକ ଭାବରେ ଏହା ଦେଖାଯାଇପାରେ ।