ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ

ଭୁବନେଶ୍ବର : (ସଂକେତ୍ ଟିଭି) ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଯାଇଛି। ଗୁଳିମାଡ ପରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଆପଲୋ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।

ସୂଚନା ଅନୁସାରେ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରର ଗାନ୍ଧି ଛକରେ ଆଜି ଗୁଳିମାଡ଼ ହୋଇଥିଲା। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଥିଲା। ତେବେ ଜଣେ ପୋଲିସ କର୍ମୀ ଏହି ଗୁଳିମାଡ କରିଥିବା କୁହାଯାଉଛି ।

ପୋଲିସ ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଛନ୍ତି। ସେ ଗାନ୍ଧି ଛକ ପୋଲିସ ଆଉଟପୋଷ୍ଟରେ କାର୍ଯ୍ୟ କରନ୍ତି ବୋଲି ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଶ୍ରୀ ଦାସ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବାକୁ ବ୍ରଜରାଜନଗର ଆସିଥିଲେ। ସେ ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଏହି ଗୁଳିକାଣ୍ଡ ହୋଇଥିଲା । ପ୍ରତ୍ଯକ୍ଷ ଦର୍ଶୀଙ୍କ କହିବା ଅନୁସାରେ ମନ୍ତ୍ରୀଙ୍କୁ ଫାୟାରିଂ ବେଳେ ୪ରୁ ୫ ରାଉଣ୍ଡ ଗୁଳିର ଶବ୍ଦ ଶୁଣିବାକୁ ମିଳିଛି । ଏଥିରେ ମନ୍ତ୍ରୀଙ୍କ ପାଖରେ ଥିବା ଆଉ ଜଣେ ବ୍ୟକ୍ତି ଆହତ ସୂଚନା ମିଳିଛି । ଏଣେ ରକ୍ତାକ୍ତ ଅବସ୍ଥାରେ ନବ କିଶୋର ଦାସଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଭୁବନେଶ୍ବର ଆପୋଲୋ ହସପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ଘଟିଥିବା ଜଣାପଡିଛି ।