ପୋଲିସ ଏଏସଆଇଙ୍କ ଗୁଳି ମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗୁରୁତର

ଝାରସୁଗୁଡା : (ସଂକେତ୍ ଟିଭି) ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରର ଗାନ୍ଧି ଛକରେ ଗୁଳିମାଡ଼ ହୋଇଛି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଥିବା ଜଣାପଡିଛି। ତେବେ ଜଣେ ପୋଲିସ କର୍ମୀ ଏହି ଗୁଳିମାଡ କରିଥିବା କୁହାଯାଉଛି ।

ପୋଲିସ ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଛନ୍ତି। ସେ ଗାନ୍ଧି ଛକ ପୋଲିସ ଆଉଟପୋଷ୍ଟରେ କାର୍ଯ୍ୟ କରନ୍ତି ବୋଲି ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଶ୍ରୀ ଦାସ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିବାକୁ ବ୍ରଜରାଜନଗର ଆସିଥିଲେ। ସେ ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଏହି ଗୁଳିକାଣ୍ଡ ହୋଇଥିଲା । ପ୍ରତ୍ଯକ୍ଷ ଦର୍ଶୀଙ୍କ କହିବା ଅନୁସାରେ ମନ୍ତ୍ରୀଙ୍କୁ ଫାୟାରିଂ ବେଳେ ୪ରୁ ୫ ରାଉଣ୍ଡ ଗୁଳିର ଶବ୍ଦ ଶୁଣିବାକୁ ମିଳିଛି । ଏଥିରେ ମନ୍ତ୍ରୀଙ୍କ ପାଖରେ ଥିବା ଆଉ ଜଣେ ବ୍ୟକ୍ତି ଆହତ ସୂଚନା ମିଳିଛି । ଏଣେ ରକ୍ତାକ୍ତ ଅବସ୍ଥାରେ ନବ କିଶୋର ଦାସଙ୍କୁ ଡାକ୍ତରଖାନାକୁ ନିଆଯାଉଛି।

ଏନେଇ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ବର ଭୋଇ କହିଛନ୍ତି ଯେ ଗାନ୍ଧୀଛକ ଫାଣ୍ଡିରେ ପୁଲିସ କର୍ମୀ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଛନ୍ତି।ଅଭିଯୁକ୍ତଙ୍କୁ କାବୁ କରାଯାଇଛି। ତାଙ୍କୁ ରିଭଲଭର ଇସ୍ୟୁ ହୋଇଥିଲା। ସେ ଜଣେ ଏଏସଆଇ ଭାବେ କାର୍ଯ୍ୟରତ। ହେଲେ କେଉଁ କାରଣରୁ ସେ ଗୁଳି ଚାଳନା କରିଛନ୍ତି, ତାହା ଜଣାପଡ଼ିନାହିଁ।

ଏଏସ୍‌ଆଇ ଗୋପାଳ ଦାସ ଏବଂ ମନ୍ତ୍ରୀ ନବ ଦାସ