EntertainmentFeaturedLatest

ଏକାଠି ରହିବେ ହ୍ୟୁମାନ ସାଗର-ଶ୍ରୀୟା, ତୁଟିଲା ବିବାଦ

ଭୁବନେଶ୍ବର : (ସଂକେତ୍ ଟିଭି) କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି। ଏସିପି ଅମିତାଭ ମହାପାତ୍ର ଏନେଇ ସୂଚନା ଦେବା ସହ ନିଜେ ଶ୍ରୀୟା ଓ ତାଙ୍କ ଶାଶୂ ମଧ୍ୟ ଏହା କହିଛନ୍ତି। ଖୁବ୍‌ଶୀଘ୍ର ଶ୍ରୀୟା ଆସି ସ୍ବାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ ବୋଲି କହିଛନ୍ତି ଏସିପି। ସେ କହିଛନ୍ତି, ଆଉ କିଛି ଦିନ ପରେ ଶ୍ରୀୟା ମିଶ୍ର ଆସି ସ୍ବାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ। ଏଣେ ଶ୍ରୀୟା ବି କହିଛନ୍ତି ଯେ ସେ ସ୍ବାମୀ ହ୍ୟୁମାନ ସାଗରଙ୍କ ସହ ରହିବେ। ହ୍ୟୁମାନ ସାଗର ଓ ତାଙ୍କ ମା ବି ସମାନ କଥା ଦୋହରାଇଛନ୍ତି। ହ୍ୟୁମାନ କହିଛନ୍ତି, ଆମ ଭିତରେ ବୁଝାମଣା ହୋଇଯାଇଛି। ଆମେ ଏକାଠି ରହିବୁ।

ସୂଚନାଯୋଗ୍ୟ, ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ର ଆଜି ମହିଳା ଥାନାରେ ପହଞ୍ଚିଥିଲେ। ହ୍ୟୁମାନ ସାଗରଙ୍କ ସହ ତାଙ୍କ ମା ଶେଫାଳି ସୁନା ମଧ୍ୟ ଥାନାରେ ଆସିଥିଲେ। ଦ୍ୱିତୀୟ ଥର ପାଇଁ ପୁଲିସ ଉଭୟଙ୍କୁ କାଉନସେଲିଂ କରିଥିଲା।
ଆଜି ଉଭୟ ନିଜର ନିଷ୍ପତ୍ତି ଜଣାଇଥିଲେ ମହିଳା ଥାନାରେ। ଏସପି ଅମିତାଭ ମହାପାତ୍ର ଓ ମହିଳା ଥାନାରେ ଅଧିକାରୀଙ୍କ ଉପସ୍ଥିତିରେ ଆଜି ଉଭୟ ନିଜ ନିଷ୍ପତ୍ତି ଜଣାଇଥିଲେ।

ସୂଚନାଯୋଗ୍ୟ, ଠାରେ ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ହ୍ୟୁମାନ ସାଗରଙ୍କ ବିରୋଧରେ ପତ୍ନୀ ଶ୍ରେୟା ମିଶ୍ର ମହିଳା ଥାନାରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ କରିଥିଲେ। ଏଥିସହ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଓ ହ୍ୟୁମାନଙ୍କର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ନେଇ ସେ ଅଭିଯୋଗ କରିଥିଲେ। ପରେ ମହିଳା ଥାନାରେ ଉଭୟଙ୍କୁ କାଉନସେଲିଂ କରାଯାଇଥିଲା। କାଉନସେଲିଂ ପରେ ଉଭୟ ଦୁଇଦିନ ସମୟ ନେଇଥିଲେ। ଆଜି ମଧ୍ୟ ଉଭୟଙ୍କୁ ମହିଳା ଥାନାରେ କାଉନସେଲିଂ କରାଯାଇଥିଲା ।