ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ବର : (ସଂକେତ୍ ଟିଭି) ନବ ଦାସଙ୍କ ଦେହାନ୍ତ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ବ ପ୍ରଦାନ କରାଯାଇଛି। ଏବେ ସେ ଅର୍ଥମନ୍ତ୍ରୀ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ। ରାଜ୍ୟପାଳଙ୍କ ସୁପାରିଶ ପରେ ମୁଖ୍ଯମନ୍ତ୍ରୀ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି ।
ସୂଚନାଯୋଗ୍ୟ, ସୋନପୁର ନିର୍ବାଚନ ମଣ୍ଡଳୀରୁ ୫ ଥର ନିର୍ବାଚନ ଜିତିଥିବା ନିରଞ୍ଜନ ପୂଜାରୀଙ୍କୁ ମୁଖ୍ୟମନ୍ତ୍ରୀ ୨୦୧୯ରେ ଅର୍ଥମନ୍ତ୍ରୀ ଦାୟିତ୍ବ ଦେଇଥିଲେ । ଗତ ନିର୍ବାଚନରେ ବିଜେଡିର ନିରଞ୍ଜନ ପୂଜାରୀ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦ୍ୱୀ ବିଜେପିର ଅଶୋକ ପୂଜାରୀଙ୍କଠାରୁ ୨୫ ହଜାର ୭୨୬ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ।