ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି
ଇସଲାମାବାଦ : (ସଂକେତ୍ ଟିଭି) ପାକିସ୍ତାନ ପେଶାଓ୍ବାରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଏଥିରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୧୦୦ଜଣ ପ୍ରାଣ ହରାଇଲେଣି । ସେହିପରି ୧୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ମସଜିଦ୍ରେ ଲୋକେ ନମାଜ ପାଠ କରୁଥିବା ସମୟରେ ଏହି ବୋମା ବିସ୍ଫୋରଣ ହୋଇଥିଲା ।
ସୂଚନା ଅନୁଯାୟୀ, ସୋମବାର ବହୁ ସଂଖ୍ୟାରେ ଲୋକେ ପ୍ରାର୍ଥନା କରିବା ପାଇଁ ମସଜିଦ୍ରେ ଏକାଠି ହୋଇଥିଲେ । ଏହି ସମୟରେ ଆତଙ୍କବାଦୀମାନେ ବୋମା ବିଷ୍ପୋରଣ କରିଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମସଜିଦ୍ର ଏକ କାନ୍ଥ ଭୁଷୁଡ଼ି ପଡ଼ିଛି। ଏହା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ପୋଲିସର ସୂଚନା ଅନୁଯାୟୀ, ଏହା ମାନବ ବୋମା ବିସ୍ଫୋରଣରେ ପ୍ରାୟ ୨୦୦ରୁ ଅଧିକ ଲୋକ ପ୍ରାର୍ଥନା ପାଇଁ ଏକତ୍ର ହୋଇଥିଲେ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଘଟଣାକୁ ନିନ୍ଦା କରିଛନ୍ତି। ଏହି ବିସ୍ଫୋରଣ ପଛରେ ଥିବା ଆତଙ୍କବାଦୀ ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରିଫ୍ କହିଛନ୍ତି । ମଙ୍ଗଳବାର ଗୋଟିଏ ଦିନ ଶୋକ ଦିବସ ପାଳିବାକୁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ସେପଟେ ତେହେରିକ୍-ଏ-ତାଲିବାନ୍ ପାକିସ୍ତାନର ଉମର ଖାଲିଦ ଖୁରାସାନି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଗତ ବର୍ଷ ଅଗଷ୍ଟରେ ଆଫଗାନିସ୍ତାନରେ ଭାଇ ମୃତ୍ୟୁ ପ୍ରତିଶୋଧ ନେଇଛି ବୋଲି କହିଛି ।