ଭୁବନେଶ୍ୱରରୁ ଜାମସେଦପୁରକୁ ଆରମ୍ଭ ହେଲା ବିମାନ ସେବା
ଭୁବନେଶ୍ୱର : (ସଂକେତ୍ ଟିଭି) ଉଡାଣ ସ୍କିମରେ ଇଣ୍ଡିଆ ୱାନ ଏୟାର ପକ୍ଷରୁ ଭୁବନେଶ୍ବରରୁ ଜାମସେଦପୁରକୁ ବିମାନ ଉଡାଣ ଆରମ୍ଭ ହୋଇଛି । ସକାଳ ୭ଟା ୩୦ରେ ପ୍ରଥମ ବିମାନ ଉଡିଛି। ଖୁବ୍ ଶୀଘ୍ର ୨ଟି ମାର୍ଗକୁ ଯୋଗ କରି ଭୁବନେଶ୍ବରରୁ ଜାମସେଦପୁର ଓ ଅନ୍ୟଟି ଜାମସେଦପୁରରୁ କଲିକତାକୁ ଏହି ବିମାନ ଉଡ଼ିବ ଭୁବନେଶ୍ୱର; ଜାମସେଦପୁର; କୋଲକାତା ବୁକିଂ ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ସମସ୍ତ ଅନ୍ତର୍ଭୂକ୍ତ ଭଡା, ୧୪ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ବୈଧ ଅଫର୍ ରହିଛି ।
ଆଜି ପ୍ରଥମ ଦିନରେ ବିମାନ ୭ ଟା ୩୦ରେ ବାହାରିଥିବା ବେଳେ ପ୍ରତିଦିନ ଭୁବନେଶ୍ବରରୁ ସକାଳ ୬ଟା ୩୦ରେ ବାହାରି ଜାମସେଦପୁରରେ ସକାଳ ୭ ଟା ୫୦ରେ ପହଞ୍ଚିବ । ଜାମସେଦପୁରରୁ ୮ ଟା ୧୫ରେ ଛାଡ଼ିବ କଲିକତାରେ ୯ ଟା ୨୦ ମିନିଟରେ ପହଞ୍ଚିବ ।
ସେହିପରି ଭାବରେ କଲିକତାରୁ ୧୦ଟା ୧୦ରେ ବାହାରି ଜାମସେଦପୁରରେ ୧୧ଟା ୧୫ରେ ପହଞ୍ଚିବ। ଓ ଜାମସେଦପୁରରୁ ଅପରାହ୍ନ ୧୨ ଟା ୪୫ରେ ବାହାରି ଭୁବନେଶ୍ବରରେ ଅପରାହ୍ନ ୨ଟା ୫ରେ ପହଞ୍ଚିବ । ଭୁବନେଶ୍ୱର ରୁ ଜାମସେଦପୁରକୁ ୧ ଘଣ୍ଟା ୨୦ ମିନିଟ ଲାଗୁଥିବା ବେଳେ ଜାମସେଦପୁରରୁ କଲିକତା ୧ ଘଣ୍ଟା ୫ ମିନିଟ ଲାଗିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଇଣ୍ଡିଆ ୱାନ ଏୟାର ବିମାନ ଭୁବନେଶ୍ବରରୁ ଜାମସେଦପୁରକୁ ୨୯୯୯ ଟଙ୍କା ଭଡା ଧାର୍ଯ୍ଯ କରିଛି । ଜାମସେଦପୁରରୁ କଲିକତାକୁ ୧୯୯୯ ଟଙ୍କା । ପୁନର୍ବାର କଲିକତାରୁ ଜାମସେଦପୁର ୧୯୯୯ ଟଙ୍କା । ଏବଂ ଜାମସେଦପୁରରୁ ଭୁବନେଶ୍ଵର ୨୯୯୯ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ଅଫର୍ କେବଳ ଫେବୃଆରି ୧୪ ତାରିଖ ପର୍ଯ୍ୟନ୍ତ ଦର ଧାର୍ଯ୍ୟ କରାଯାଇଛି ।