EntertainmentLatest

ବିବାହର ୫ ଦିନ ପରେ ଟ୍ରୋଲ୍ ହେଲେ ଆଥିଆ

ମୁମ୍ବାଇ : (ସଂକେତ୍ ଟିଭି) ବଲିଉଡ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ଆତିଆ ସେଟ୍ଟୀ କ୍ରିକେଟର୍‌ କେ.ଏଲ୍ ରାହୁଲଙ୍କୁ ଜାନୁଆରି ୨୩ ତାରିଖରେ ବିବାହ କରିଥିଲେ । ବିବାହକୁ ସପ୍ତାହେ ନପୁରୁଣୁ ଆଥିଆଙ୍କୁ ଜାନୁଆରି ୨୮ ତାରିଖରେ ଏକ ସ୍ୟାଲୁନ ବାହାରେ ଦେଖିବାକୁ ମିଳିଥିଲା । ତେବେ ଏହି ସମୟରେ ସେ ସମ୍ପୂର୍ଣ୍ଣ ସାଧାରଣ ପୋଷାକ ପିନ୍ଧିଥିବା ବେଳେ ମଥାରେ ସିନ୍ଦୂର କି, ଗଳାରେ ମଙ୍ଗଳସୂତ୍ର ନଥିବା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିଛନ୍ତି ।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଆଥିଆ ତୁମ ବିବାହକୁ ୫ଦିନ ହୋଇଛି ମଥାରେ ସିନ୍ଦୂର କି ଗଳାରେ ମଙ୍ଗଳସୂତ୍ର କେଉଁଆଡେ ଗଲା ହାତରେ ଚୁଢ଼ି ବି ନାହିଁ । ଆଉ ଜଣେ ଲେଖିଛନ୍ତି, ଆତିଆ ତୁମେ ସୀମା ବାହାରେ କାମ କରିଛ । ଏହା ଦେଖିବାକୁ ଆଦୌ ଭଲ ଲାଗିଲା ନାହିଁ । ଆମେ ଜାଣିଛୁ ସମସ୍ତଙ୍କ ଭିନ୍ନଭିନ୍ନ ମାନସିକତା ରହିଛି । ଆପଣଙ୍କ ମାନସିକତା ସିନ୍ଦୂର, ଚୁଢ଼ି ଓ ମଙ୍ଗଳସୂତ୍ରକୁ ନେଇ କଣ ରହିଛି ଆମେ ତାହା ଜାଣି ନାହୁଁ । କିନ୍ତୁ ବାହାଘରକୁ ଏକ ସପ୍ତାହ ନପୁରୁଣୁ ଆପଣ ଏସବୁ ଖୋଲି ବାହାର କରିଦେବା ଗ୍ରହଣୀୟ ନୁହେଁ ବୋଲି ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ।

କେବଳ ଏତିକି ନୁହେଁ ବିବାହ ପରେ ଆଥିଆ ତାଙ୍କ ସ୍ୱଭାବକୁ ନେଇ ଟ୍ରୋଲ ହୋଇଛନ୍ତି କାରଣ ସ୍ୟାଲୁନରୁ ବାହାରୁଥିବା ବେଳେ କ୍ୟାମେରାମ୍ୟାନମାନେ ତାଙ୍କୁ ଟିକେ ଛିଡା ହେବାକୁ କହିଥିଲେ ।କାରଣ ସେମାନେ ଆଥିଆଙ୍କ କିଛି ଫଟୋ ନେବାକୁ ଚାହିଁଥିଲେ କିନ୍ତୁ ଆଥିଆ କାହାରି ଅନୁରୋଧ ଶୁଣି ନଥିଲେ,ସେ ସିଧାସଳଖ ଯାଇ ତାଙ୍କ କାରରେ ବସି ଯାଇଥିଲେ । ଦୀର୍ଘ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ଶେଷରେ ବାପା ସୁନୀଲଙ୍କ ଫାର୍ମହାଉସ୍‌ରେ ଆଥିଆ କ୍ରିକେଟର୍ କେ.ଏଲ୍ ରାହୁଲଙ୍କୁ ବିବାହ କରିଥିଲେ ।