ବଦଳିଲେ ଝାରସୁଗୁଡା ଏସପି ଏବଂ ବ୍ରଜରାଜନଗର ଏସଡିପିଓ
ଭୁବନେଶ୍ବର : (ସଂକେତ୍ ଟିଭି) : ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରେ କାର୍ଯ୍ୟାନୁଷ୍ଠାନସ୍ଵରୂପ ରାଜ୍ୟ ସରକାର ଆଇପିଏସସ୍ତରରେ ଅଦଳ ବଦଳ କରିଛନ୍ତି । ଝାରସୁଗୁଡା ଏସପି ଏବଂ ବ୍ରଜରାଜନଗର ଏସଡିପିଓଙ୍କୁ ବଦଳି କରାଯାଇଛି। ବରଗଡର ଏସପି ପରମାର ସ୍ମିତ୍ଙ୍କୁ ଝାରସୁଗୁଡା ଏସପି ଭାବେ ଅବସ୍ଥାପିତ କରାଯାଇଛି।
ଝାରସୁଗୁଡା ଏସପି ଥିଲେ ରାହୁଲ ଜୈନ। ତାଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟ ବଦଳି କରାଯାଇଛି। ସେହିପରି ବୌଦ୍ଧ ଏସପି ପ୍ରହ୍ଲାଦ ମୀନାଙ୍କୁ ବରଗଡ ଏସପି ଭାବେ ନିୟୋଜିତ କରାଯାଇଛି। ରାୟଗଡା ଏଏସପି ରାଜପ୍ରସାଦଙ୍କୁ ବୌଦ୍ଧ ଏସପିର ଦାୟିତ୍ଵ ଦିଆଯାଇଛି।
ସେହିପରି ମଙ୍ଗଳବାର ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ଵର ଭୋଇଙ୍କୁ ବଦଳି କରାଯାଇଛି। ଗୁପ୍ତେଶ୍ଵରଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟ ବଦଳି କରାଯାଇଛି। ତାଙ୍କ ବଦଳରେ ଆଠମଲ୍ଲିକ ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗରର ଏସଡିପିଓ ଭାବେ ନିଯୁକ୍ତ କରାଯାଇଛି।ଏହା ପୂର୍ବରୁ ଗତକାଲି ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ ଦାସକୁ ଚାକିରିରୁ ବହିଷ୍କୃତ କରାଯାଇଥିଲା।