ବିଶାଖାପାଟଣା ହେବ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ

ବିଶାଖାପାଟଣା : (ସଂକେତ୍ ଟିଭି) ବିଶାଖାପାଟଣା ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ହେବ । ଆଜି ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ ନୂତନ ରାଜଧାନୀର ନାଁ ଘୋଷଣା କରିଛନ୍ତି। ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ କହିଛନ୍ତି ଆଗାମୀ ଦିନରେ ଆମର ରାଜଧାନୀ ହେବାକୁ ଯାଉଥିବା ବିଶାଖାପାଟଣାକୁ ନିମନ୍ତ୍ରଣ କରିବାକୁ ମୁଁ ଏଠାକୁ ଆସିଛି। କିଛି ଦିନ ମଧ୍ୟରେ ମୋ କାର୍ଯ୍ୟାଳୟ ଏଠାକୁ ସ୍ଥାନାନ୍ତର ହେବ।

ଏପ୍ରିଲ୍ ୨୩, ୨୦୧୫ରେ ଆନ୍ଧ୍ର ସରକାର ଅମରାବତୀଙ୍କୁ ଏହାର ରାଜଧାନୀ ଭାବେ ଘୋଷଣା କରିଥିଲେ। ତା’ପରେ ୨୦୨୦ରେ ରାଜ୍ୟ ତିନୋଟି ରାଜଧାନୀ ନିର୍ମାଣ କରିବାକୁ ଯୋଜନା କରିଥିଲା, ଯେଉଁଥିରେ ଅମରାବତୀ, ବିଶାଖାପାଟଣା ଏବଂ କୁର୍ନୁଲ୍ ଅନ୍ତର୍ଭୁକ୍ତ ଥିଲା। ପରେ ସେହି ଯୋଜନା ସରକାର ପ୍ରତ୍ୟାହାର କରିନେବା ସହ ଅମରାବତୀ ଆନ୍ଧ୍ରର ରାଜଧାନୀ ହୋଇ ରହିଥିଲା। ହେଲେ ଆଜି ଆନ୍ଧ୍ର ସରକାର ବିଶାଖାପାଟଣାକୁ ରାଜଧାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।