ବଜେଟରେ ବଡ଼ ଘୋଷଣା : ବଢିଲା ଆୟକର ଛାଡ଼ସୀମା, ବାର୍ଷିକ ୩ ଲକ୍ଷ ଟଙ୍କାକୁ ବୃଦ୍ଧି
ନୂଆଦିଲ୍ଲୀ : (ସଂକେତ୍ ଟିଭି) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନିଜର ସାଧାରଣ ବଜେଟରେ ବ୍ୟକ୍ତିଗତ ଆୟକର ସୀମାକୁ ବୃଦ୍ଧି କରି ସାଧାରଣ ମଧ୍ୟବିତ୍ତ ବର୍ଗଙ୍କୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି । ନୂଆ ଟିକସ ବ୍ୟବସ୍ଥା ଅନୁସାରେ ଆୟକର ଛାଡ଼ସୀମାକୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଫଳର ବାର୍ଷିକ ୩ ଲକ୍ଷ ଟଙ୍କାର ଆୟକର ଉପରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ ।
ସେପଟେ ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ, ୬ରୁ ୯ ଲକ୍ଷ ଟଙ୍କାର ଆୟ ଉପରେ ୧୦ ପ୍ରତିଶତ, ୯ରୁ ୧୨ ଲକ୍ଷ ଟଙ୍କା ଆୟ ଉପରେ ୧୫ ପ୍ରତିଶତ ଓ ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ୨୦ ପ୍ରତିଶତ ଆୟକର ପଡ଼ିବ । ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଆଦାୟ ହେବ ।
ନୂଆ ଟିକସ ବ୍ୟବସ୍ଥା ଅନୁସାରେ ଆୟକର ରିହାତି ସୀମା ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହାକି ପୂର୍ବରୁ ୫ ଲକ୍ଷ ଟଙ୍କା ଥିଲା । ଅର୍ଥାତ ଯଦି ଜଣେ ବ୍ୟକ୍ତିର ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ରହିଛି ସେ ଆୟକର ରିହାତି ପାଇପାରିବେ । ଆୟ ୭ ଲକ୍ଷ ଟଙ୍କାରୁ ଅଧିକ ହେଲେ କୌଣସି ରିହାତି ମିଳିବ ନାହିଁ ।