ବାଘ ଚମଡା ଡିଲ ବେଳେ ପୋଲିସର ଚଢାଉ, ୬ ଗିରଫ
ବାରିପଦା : (ସଂକେତ୍ ଟିଭି) ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଆଧୀନ ରାଜପଥ ପାର୍ଶ୍ଵ କତରା ପୋଲ ଟାଓ୍ବାର ଡାବାରେ କଲରାପତରିଆ ବାଘ ଚମଡା ଡିଲ ବେଳେ ପୋଲିସ ଚଢାଉ କରିଥିଲା । ଏସପିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଚଢାଉରେ ସାମିଲ ଥିଲେ। ଏହି ଡିଲରେ କଲରାପତରିଆ ବାଘ ଚମଡା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ବାଙ୍ଗିରିପୋଷି ଥାନା ଅଧିକ ତଦନ୍ତ ଜାରି ରଖିଛି ।