ନବ ଦାସ ହତ୍ୟା ଘଟଣା: ବ୍ରଜରାଜନଗର ଆଇଆଇସିଙ୍କ ବଦଳି, ମନ୍ତ୍ରୀଙ୍କ ପିଏସଓ ନିଲମ୍ବିତ
ଭୁବନେଶ୍ବର : (ସଂକେତ୍ ଟିଭି) ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ତାଙ୍କ ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଛି। ସେପଟେ ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଓ ସବ୍ଇନ୍ସପେକ୍ଟର ଶଶିଭୂଷଣ ପୋଢ଼ଙ୍କୁ ବଦଳି କରାଯାଇଛି। ଆଇଆଇସି ଶ୍ରୀ ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ, ଏସଆଇ ପୋଢ଼ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତେଣେ ସମ୍ବଲପୁରରେ ଥିବା ଇନ୍ସପେକ୍ଟର ଧବଳେଶ୍ୱର ସାହୁଙ୍କୁ ବ୍ରଜରାଜନଗରର ନୂଆ ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି।