ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି କରିବେ ନବ ଦାସ ହତ୍ୟା ଘଟଣା ତଦନ୍ତର ତଦାରଖ
କଟକ : (ସଂକେତ୍ ଟିଭି) ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି.ଦାସ କରିବେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ କରାଯାଉଥିବା ତଦନ୍ତର ତଦାରଖ। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାର ତଦନ୍ତ କରୁଛି । ଏହି ତଦନ୍ତ ପ୍ରକିୟାରେ ତଦାରଖ ପାଇଁ ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଜଣେ ଅବରସରପ୍ରାପ୍ତ ବିଚାରପତି ଅବା ଜଣେ ଜିଲ୍ଲା ଜଜଙ୍କୁ ପ୍ରଦାନ କରାଯାଉ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଚିଠି ଲେଖିଥିଲେ। ତେବେ ଏହି ମାମଲାରେ ହାଇକୋର୍ଟ ବିଚାର କରି ଚିଠିର ଉତ୍ତର ଭାବରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବି ଦାସଙ୍କୁ ତଦନ୍ତର ତଦାରଖ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି । ତେବେ ସମସ୍ତ ତଦନ୍ତର ରିପୋର୍ଟ କ୍ରାଇମବ୍ରାଞ୍ଚ ଜଷ୍ଟିସ ଜେପି ଦାସଙ୍କୁ ହସ୍ତାନ୍ତର କରିବ । ଜଷ୍ଟିସ ଜେପି ଦାସ ଦେଇଥିବା ପରାମର୍ଶ ଆଧାରରେ କ୍ରାଇମବ୍ରାଞ୍ଚ ଆଗକୁ ବଢିବ ।