ପୋଲିସକୁ ଚକମା ଦେଇ ଥାନା ଭିତରୁ ଆସାମୀ ଚମ୍ପଟ

ବାଲିଆପାଳ : (ଉମାକାନ୍ତ ନାୟକ) ପୋଲିସକୁ ଚକମା ଦେଇ ପାଇଖାନା ଘର ସ୍କ୍ୟାଇଲାଇଟ କାଚ ଖୋଲି ଆସାମୀ ଫେରାର ହୋଇଯାଇଥିବା ଜଣାପଡିଛି । ବାଲେଶ୍ଵର ଜିଲ୍ଲା ସିଂଲା ଥାନାରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁସାରେ, ଜାମଶୁଳିରେ ମୋବାଇଲ ଚୋରି କରିଥିବା ଅଭିଯୋଗରେ ସ୍ଥାନୀୟ ଯୁବକମାନେ ବସ୍ତା ଥାନା ଶ୍ୟାମରାଇପୁର ଗାଁର ଅନାମ ଓରଫ ଦେବାଶିଷ ଜେନାକୁ ଗତ କାଲି ସକାଳ ସମୟରେ ପୋଲିସର ଜିମା ଦେଇଥିଲେ । ପୋଲିସ ପକ୍ଷରୁ ତାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବସ୍ତା ଡାକ୍ତରଖାନା ନିଆଯାଇ ସେଠାରୁ ତାକୁ ସିଂଲା ଥାନାକୁ ଫେରାଇ ଅଣାଯାଇ ଅଭ୍ୟର୍ଥନା ଗୃହରେ ରଖା ଯାଇଥିଲା । ଅନାମ ପାଇଖାନା ଯିବା ବାହାନାରେ ପାଇଖାନା ଘରେ ଥିବା ସ୍କ୍ୟାଏଲାଇଟର କାଚ କାଢି କୁଆଡେ ଖସି ପଳାଇତିବା ଜଣାପଡିଛି । ପୋଲିସ ଉପସ୍ଥିତିରେ ଆସାମୀ କେମିତି ଖସି ପଳାଇଲା ନା ତାକୁ ଖସେଇ ଦିଆ ଗଲା ତାହା ଏବେ ଚର୍ଚାର ବିଷୟ ହୋଇଛି ।