ମେଘାଳୟ ଓ ନାଗାଲାଣ୍ଡ୍ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି
ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ ଜନତା ପାର୍ଟି ଆଗାମୀ ନାଗାଲାଣ୍ଡ୍ ଓ ମେଘାଳୟ ବିଧାନସଭା ନିମନ୍ତେ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।
ବିଜେପି ନାଗାଲାଣ୍ଡ୍ରେ ଆମେ ୬୦ଟି ଆସନରୁ ୨୦ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିବ। ବାକି ଆସନ ଆମର ମେଣ୍ଟ ଦଳ ‘ଏନ୍ଡିପିପି’କୁ ଦିଆଯାଇଛି। ସେହିପରି, ମେଘାଳୟରେ ବିଜେପି ୬୦ଟିଯାକ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ବିଜେପିର ଟ୍ୟାଗ୍ଲାଇନ୍ ହେଉଛି ‘ଏମ୍ ପାୱାର୍ ମେଘାଳୟ’ ଅର୍ଥାତ୍ ସେଠାରେ ‘ମୋଦୀ-ପାୱାର୍ଡ୍ ମେଘାଳୟ’ ଏବଂ ‘ଡବଲ୍-ଇଞ୍ଜିନ୍ ସରକାର’ ଗଠନ କରାଯିବ।
ପ୍ରାପ୍ତ ରିପୋର୍ଟ ଅନୁସାରେ, ନାଗାଲାଣ୍ଡ୍ ପାଇଁ ‘ବିଜେପି’ ୨୦ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି। ରାଜ୍ୟ ‘ବିଜେପି’ ସଭାପତି ତେମଜେନ୍ ଇମ୍ନା ଆଲୋଙ୍ଗ୍ ଆଲୋଙ୍ଗତାକି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଉକ୍ତ ତାଲିକାରୁ ଜଣାପଡ଼ିଛି।
ନାଗାଲାଣ୍ଡ୍ ଓ ମେଘାଳୟ ପାଇଁ ଫେବ୍ରୁଆରି ୨୭ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରାଯିବ। ମାର୍ଚ ୨ ତାରିଖ ଦିନ ଫଳାଫଳ ଘୋଷଣା କରାଯିବ।