ଫେବୃଆରୀ ୨୧ରୁ ଆରମ୍ଭ ହେବ ରାଜ୍ୟ ବଜେଟ୍ ଅଧିବେଶନ
ଭୁବନେଶ୍ୱର : (ସଂକେତ୍ ଟିଭି) ଓଡିଶା ବିଧାନସଭାର ବଜେଟ ଅଧିବେସନ ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ । ଏହା ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ । ଏହାରି ମଧ୍ୟରେ ଫେବ୍ରୁଆରୀ ୨୪ରେ ରାଜ୍ୟ ବଜେଟ ଆଗତ ହେବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ ।
ସୂଚନା ଅନୁଯାୟୀ, ଫେବ୍ରୁଆରୀ ୨୧ରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧ ପର୍ଯ୍ଯନ୍ତ ଚାଲିବ । ଏହା ପରେ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ଏହାରି ମଧ୍ୟରେ ଫେବୃଆରୀ ୨୪ରେ ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ ହେବ । ଆଗାମୀ ବର୍ଷ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇପାରେ ବୋଲି ଅନୁମାନ କରାଯାଉଛି ।