୨୦୨୩ ସୁଦ୍ଧା ଗଡିବ ହାଇଡ୍ରୋଜେନ ଟ୍ରେନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତୀୟ ରେଳବାଇକୁ ସଶକ୍ତ କରିବାକୁ ବଜେଟ୍‌ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୩-୨୪ ଆର୍ଥିକ ବର୍ଷରେ ୨.୪୧ଲକ୍ଷ କୋଟିର ବ୍ୟୟବରାଦ ହୋଇଛି । ଯଦି ତୁଳନା କରାଯାଏ, ଏହି ବ୍ୟୟବରାଦ ୨୦୧୩ ବଜେଟ୍‌ଠାରୁ ୯ ଗୁଣ ଅଧିକ । ତେଣୁ ଆଗାମୀ ଦିନରେ କେନ୍ଦ୍ର ସରକାର ନୂଆ ଟ୍ରେନ୍‌ ଚଳାଚଳ ଓ ରେଳ ଲାଇନ୍‌
ଉନ୍ନତିକରଣର ଲକ୍ଷ୍ୟ ରଖିଛନ୍ତି ।

ବଜେଟର ବ୍ୟୟବରାଦ ହେବାପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଦେଶରେ ହାଇଡ୍ରୋଜେନ ଟ୍ରେନ୍‌ ଚାଲିବ । ଭାରତରେ ଅତ୍ୟାଧୁନିକ ଟ୍ରେନ୍‌ର ନିର୍ମାଣ କାର୍ଯ୍ୟ ହେବ । ବନ୍ଦେ ଭାରତ ଯୋଜନା ଭଳି ବନ୍ଦେ ମେଟ୍ରୋ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଶ୍ରୀ ବୈଷ୍ଣବ କହିଛନ୍ତି ।